‘ପରୀକ୍ଷା ପେ’ ଚର୍ଚ୍ଚା’ରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ

‘ପରୀକ୍ଷା ପେ’ ଚର୍ଚ୍ଚା’ରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ

‘ପରୀକ୍ଷା ପେ’ ଚର୍ଚ୍ଚା’ରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଗଠନ ପାଇଁ ଟିପ୍ସ ଦେଇ ପିଲାଙ୍କୁ ଉତ୍ସାହିତ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ‘ପରୀକ୍ଷା ପେ’ ଚର୍ଚ୍ଚା’ରେ ପିଲାମାନଙ୍କ ସହ ଆଲୋଚନା କରି କହିଛନ୍ତି, ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ରହିବା ଜରୁରୀ । ବିନା ପ୍ରତିଯୋଗିତା ଓ ଆହ୍ୱାନରେ ଜୀବନ ପ୍ରେରଣାହୀନ । ହେଲେ ଛୁଆମାନଙ୍କ ତୁଳନା ପିତାମାତା କାହାସହ କରିବା ଉଚିତ ନୁହେଁ । କାରଣ ତୁଳନା କରିବା ଦ୍ୱାରା ପିଲାମାନଙ୍କ ଭିତରେ ବିକୃତ ମନୋଭାବ ଆସିଥାଏ ବୋଲି ପ୍ରଧାନମନ୍ତ୍ରୀ ‘ପରୀକ୍ଷା ପେ’ ଚର୍ଚ୍ଚା’ କାର୍ଯ୍ୟକ୍ରମରେ କହିଛନ୍ତି । ଖାଲି ଏତିକି ନୁହେଁ, ଈର୍ଷା, ଦ୍ୱେଷ ମନୋଭାବ ଆଣିବା ଆଦୌ ଉଚିତ ନୁହେଁ । ପ୍ରତିଯୋଗିତା ବନ୍ଧୁମାନଙ୍କ ସହ ନୁହେଁ, ନିଜ ସହ କରନ୍ତୁ । ବନ୍ଧୁଙ୍କ ଠାରୁ ପ୍ରେରଣା ନିଅନ୍ତୁ ଆଉ ଆଗକୁ ବଢ଼ନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଗତବର୍ଷ ଏହି କାର୍ଯ୍ୟକ୍ରମରେ ୩୧.୨୪ ଲକ୍ଷ ଛାତ୍ର, ୫ଲକ୍ଷ ୬୦ ହଜାର ଶିକ୍ଷକ ଯୋଗଦେଇଥିଲେ । ୧ ଲକ୍ଷ ୯୫ ହଜାର ଅଭିଭାବକ ମଧ୍ୟ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।