ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ

ଇସ୍ତାଫା ଦେଲେ ନୀତୀଶ କୁମାର

ଇସ୍ତାଫା ଦେଲେ ନୀତୀଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ । ବିଜେପି ସହ ମିଶି ପୁଣି ସରକାର ଗଢିବେ ନୀତୀଶ । ସରଗରମ ହୋଇଛି ବିହାର ରାଜନୀତି । ଘଡ଼ିକେ ଛୁଟୁଛି ଘୋଡା । ନିର୍ବାଚନ ଆସିଲେ ମେଣ୍ଟ ପରିବର୍ତ୍ତନ କରନ୍ତି ନୀତୀଶ । ୧୦ ବର୍ଷରେ ୩ଥର ମେଣ୍ଟ ଭାଙ୍ଗି ସାରିଛନ୍ତି ନୀତୀଶ । ଚତୁର୍ଥ ଥର ମେଣ୍ଟ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି ।

୨୦୧୩ରେ ଭାଙ୍ଗିଥିଲା ୧୭ ବର୍ଷର ମେଣ୍ଟ

୨୦୧୩ରେ ପ୍ରଥମ ଥର ପାଇଁ ବିଜେପି ସହ ମେଣ୍ଟ ଭାଙ୍ଗିଥିଲେ ନୀତୀଶ । ଭାଙ୍ଗିଥିଲା ୧୭ ବର୍ଷର ସମ୍ପର୍କ । ସେତେବେଳେ ସରି ସରି ଆସୁଥିଲା ଅଟଳ-ଆଡଭାନୀ ଯୁଗ । ଆରମ୍ଭ ହେବାକୁ ଯାଉଥିଲା ମୋଦୀ ଯୁଗ । ନରେନ୍ଦ୍ର ମୋଦୀଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ଘୋଷଣା କରିବା ପରେ ଏହାକୁ ସହି ପାରିନଥିଲେ ନୀତୀଶ । ବିଜେପି ସହ ଦୀର୍ଘ ୧୭ ବର୍ଷର ମେଣ୍ଟକୁ ଭାଙ୍ଗିଥିଲେ । ବିଜେପି ଛାଡ଼ି କଂଗ୍ରେସ ମୁହାଁ ହୋଇଥିଲେ । ୨୦୧୪ରେ ବିଜେପି ବହୁମତ ସହ କ୍ଷମତାକୁ ଆସିଥିଲା । ଏବଂ ଜେଡିୟୁର ନିରାଶ ଜନକ ପ୍ରଦର୍ଶନ ସହ ନୀତୀଶଙ୍କୁ ଶାସନ ଗାଦିରୁ ହଟାଇଥିଲା । ୨୦୧୫ ମସିହାରେ ନୀତୀଶ କଂଗ୍ରେସ ଆଡକୁ ଢ଼ଳିବା ସହ ଆରଜେଡି, ଜେଡିୟୁ ଓ କଂଗ୍ରେସ ମହାମେଣ୍ଟ କରିଥିଲେ । ବିଧାନସଭା ନିର୍ବାଚନରେ ମେଂଟକୁ ମିଳିଥିଲା ବିପୁଳ ବିଜୟ । ବିଜେପିକୁ ପରାଜିତ କରି କ୍ଲିନ ସୁଇପ ସହ ପୁଣି ବିହାରରେ ସରକାର ଗଢ଼ିବାରେ ସଫଳ ହୋଇଥିଲା ମେଂଟ ।

୨୦୧୭ରେ ଭାଙ୍ଗିଥିଲା ମହାମେଣ୍ଟ

ଆରଜେଡି-ଜେଡିୟୁ-କଂଗ୍ରେସ ମହାମେଣ୍ଟକୁ ୨ବର୍ଷ ନପୁରୁଣୁ ଦେଖାଦେଇଥିଲା ପାଟ । ୨୦୧୭ରେ ହୋଇଥିବା ବିମୁଦ୍ରାକରଣ ଓ ଜିଏସଟି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିଥିଲା ଜେଡିୟୁ । ସେପଟେ ଦୁର୍ନୀତି ମାମଲାରେ ଆରଜେଡି ଫସିବା ମେଂଟ ପାଇଁ ବଡ ସମସ୍ୟା ଆଣିଥିଲା । ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କ ଇସ୍ତଫା ପାଇଁ ଦାବି ପରିଥିଲେ ନୀତୀଶ । ଉଭୟ ଦଳ ମଧ୍ୟରେ ଦେଖାଦେଇଥିଲା ମତାନ୍ତର । ଶେଷରେ ଇସ୍ତପା ଦେଇଥିଲେ ନୀତୀଶ । ଭୁଷୁଡ଼ିପଡିଥିଲା ମହାମେଣ୍ଟ । କିନ୍ତୁ ବିଜେପି ସମର୍ଥନରେ ନୀତୀଶ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୨୦୨୨ରେ ବିଜେପି ଛାଡ଼ିଥିଲେ ନୀତୀଶ

୨୦୨୨ରେ ପୁଣି ବିଜେପି ହାତ ଛାଡ଼ିଥିଲେ ନୀତୀଶ । ଅଗଷ୍ଟ ୯ରେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିଥିଲା । ମେଣ୍ଟ ଭାଙ୍ଗିବା ପର ଦିନ ହିଁ ଆରଜେଡି ସମର୍ଥନରେ ପୁଣି ନୀତୀଶ ହୋଇଥିଲେ ବିହାର ମୁଖ୍ୟମନ୍ତ୍ରୀ ।ନିର୍ବାଚନ ପୂର୍ବରୁ ପୁଣି ବିଜେପିକୁ ଡେଇଁଲେ ନୀତୀଶ । ପୂର୍ବରୁ ୩ ଥର ଦଳ ଅଦଳବଦଳ କରିଛନ୍ତି । ୨ବର୍ଷ ନ ପୁରୁଣୁ ଭାଙ୍ଗିଲା ମେଣ୍ଟ । ବାରମ୍ବାର ମେଂଟ ଅଦଳବଦଳ ଯୋଗୁଁ ବିଶ୍ୱାସ ହରାଉଛନ୍ତି ନୀତୀଶ ।