କାଶ୍ମୀରରୁ କନ୍ୟାକୁମାରୀ ସବୁଠି ଫର ଫର ଉଡ଼ୁଛି ତ୍ରିରଙ୍ଗା

କର୍ତ୍ତବ୍ୟ ପଥରେ ଶୌର୍ଯ୍ୟ, ବୀରତ୍ୱ ଦେଖାଇଛି ସେନା

କାଶ୍ମୀରରୁ କନ୍ୟାକୁମାରୀ ସବୁଠି ଫର ଫର ହୋଇ ଉଡ଼ୁଛି ତ୍ରିରଙ୍ଗା। ସବୁଠି ଶୁଭୁଛି ବିଜୟର ଗାଥା। ସବୁଠି ଜାତୀୟତାଭାବ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରି ଗଣତନ୍ତ୍ରର ଶ୍ରେଷ୍ଠ ପର୍ବ ପାଳନ କରାଯାଉଛି। କର୍ତ୍ତବ୍ୟ ପଥରେ ଶୌର୍ଯ୍ୟ, ବୀରତ୍ୱ ଦେଖାଇଛି ସେନା। ରାଇସିନା ହିଲରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କର୍ତ୍ତବ୍ୟ ପଥକୁ ଆସିଥିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ସ୍ୱତନ୍ତ୍ର ଘୋଡ଼ା ଗାଡ଼ିରେ ପତାକା ଉତ୍ତୋଳନ ସ୍ଥଳୀରେ ପହଞ୍ଚିଥିଲେ। ପତାକା ଉତ୍ତୋଳନ କରିଥିଲେ ଦ୍ରୌପଦୀ ମୁର୍ମୁ। ପରେ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତିା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆରମ୍ଭ ହୋଇଥିଲା ପରେଡ। କର୍ତ୍ତବ୍ୟ ପଥରେ ପଥରେ ଦେଖିବାକୁ ମିଳିଥିଲା ନୂଆ ଧାରା। ପ୍ରଥମେ ମାର୍ଚ୍ଚ ନୁହେଁ ଶଙ୍ଖନାଦ, ଭେରୀତୂରୀ, ଝାଞ୍ଜ, ମୃଦଙ୍ଗ, ଧ୍ୱନୀରୁ ଆରମ୍ଭ ହୋଇଥିଲା ଆବହାନ। ମୋର୍ଚ୍ଚା ସମ୍ଭାଳିଥିଲେ ମହିଳା। ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହା ପରେ ରାଜପଥକୁ ଓହ୍ଲାଇଥିଲେ ଫ୍ରାନ୍ସର ଆର୍ମି ମ୍ୟୁଜିକ ବ୍ୟାଣ୍ଡ। ପରେ ପରେ ଦର୍ପ ଦେଖାଇଥିଲା ଋଷ ଟି୨୦ ଟ୍ୟାଙ୍କର। ଆକାଶ ମାର୍ଗରେ ଗର୍ଜି ଉଠିଥିଲା ରାଫେଲ ଯୁଦ୍ଧ ବିମାନ। ପ୍ରଦର୍ଶିତ ହୋଇଥିଲା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର। ଟି-୯୦ ଭୀଷ୍ମ ଟ୍ୟାଙ୍କ, ନାଗ ମିଜାଇଲ୍, ପିନାକ ମିଜାଇଲ, ୱିପନ ଲୋକେଟିଂ ରାଡ଼ର ସିଷ୍ଟମ, ଡ୍ରୋନ ଜାମର ସିଷ୍ଟମ ପ୍ରଦର୍ଶିତ ହୋଇଥିଲା। ପ୍ରଥମ କରି କର୍ତ୍ତବ୍ୟ ପଥରେ ୩ ବାହୀନି ମହିଳା ଅଫିସରମାନେ ବୀରତ୍ୱ ପ୍ରଦର୍ଶନ କରିଥିଲେ। ନାରୀ ଶକ୍ତିର ଝଲକ ଦେଖାଇ ଥିଲେ ସେନା ବାହୀନିର ମେଡିକାଲ ମହିଳା କଣ୍ଟିଜେଣ୍ଟ। ପ୍ରଥମ କରି ସାମିଲ ହୋଇଥିବା ବିଏସଏଫର ମହିଳା ବ୍ରାସ ବ୍ୟାଣ୍ଡ ଝଲକ ଦେଖିଲା ପୂରା ଦେଶ। ନାରୀ ଶକ୍ତି ନାଁରେ ସାମିଲ ହୋଇଥିଲା ମହିଳା ସୀମା ସୁରକ୍ଷା ବଳ। ପରେ କର୍ତ୍ତବ୍ୟ ପଥର ଶୋଭା ବଢାଇଥିଲା ଓଡ଼ିଶା ପ୍ରଜ୍ଞାପନ ମେଢ। ଅରୁଣାଚଳ ପ୍ରଦେଶ, ହରିୟାଣ, ଛତିଶଗଡ଼, ରାଜସ୍ଥାନ, ଆନ୍ଧ୍ର, ଲଦାଖ, ମହାରାଷ୍ଟ୍ର, ଗୁଜୁରାଟର ପ୍ରଜ୍ଞାପନ ମେଢର ଝଲକ ଦେଖିବାକୁ ମିଳିଥିଲା। ଅଯୋଧ୍ୟାର ରାମଲାଲାଙ୍କୁ ନେଇ ୟୁପିର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା। ପ୍ରଦର୍ଶିତ ହୋଇଥିଲା ଦକ୍ଷିଣ ମେରୁରେ ଅବସ୍ଥାପିତ ଚନ୍ଦ୍ରଯାନ। ଭାରତ ଦେଖିଥିଲା ନାରୀ ଶକ୍ତିର ମୋଟର ସାଇକେଲ ଶୋ। ସାଧାରଣତନ୍ତ୍ର ଦିବସ ପାଇଁ କଡ଼ା ସୁରକ୍ଷା ବଳୟରେ ରହିଥିଲା ରାଜଧାନୀ ଦିଲ୍ଲୀ। ୮ ହଜାରରୁ ଅଧିକ ଫୋର୍ସ ହୋଇଥିଲେ ମୁତୟନ।