ପ୍ରଥମ ଦିନରେ ଭକ୍ତଙ୍କ ପାଇଁ ଖୋଲିଲା ରାମ ମନ୍ଦିର

ଭୋର ୩ଟାରୁ ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଦିନରେ ଭକ୍ତଙ୍କ ପାଇଁ ଖୋଲିଲା ରାମ ମନ୍ଦିର। ଭୋର ୩ଟାରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼। ଭକ୍ତମାନେ ରାମଲାଲାଙ୍କୁ ଦର୍ଶନ କରିବା ସହ ପୂଜାପାଠ କରିଛନ୍ତି। ଆଜିଠାରୁ ରାମଲାଲା ସାଧାରଣ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ଯଦି ଭିଡ଼ ବଢେ, ତେବେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦର୍ଶନର ଅବଧି ବଢାଇବ। ଅସ୍ଥାୟୀ ମନ୍ଦିରରେ ରଖାଯାଇଥିବା ରାମଲାଲାଙ୍କ ଦର୍ଶନ ୨୦ଜାନୁଆରୀ ସକାଳରୁ ବନ୍ଦ ହୋଇଯାଇଥିଲା। ଆଜି ଭକ୍ତଙ୍କ ପାଇଁ ମନ୍ଦିର ଖୋଲିଛି । ଦର୍ଶନ ସକାଳ ୭ଟାରୁ ଆରମ୍ଭ ହୋଇଛି । ପ୍ରଥମ ସିଫ୍ଟରେ ସକାଳ ୧୧ଟା ୩୦ପର୍ଯ୍ୟନ୍ତ ଦର୍ଶନ ସମ୍ଭବ ହେବ। ଏହା ପରେ, ଦ୍ୱିତୀୟ ସିଫ୍ଟ ପାଇଁ ସମୟ ଅପରାହ୍ନ ୨ ଟାରୁ ୬ଟା ୩୦ ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ଯଦି ଭକ୍ତଙ୍କ ଭିଡ ବଢିଯାଏ ତେବେ ଦର୍ଶନର ଅବଧି ବଢିବ ।