ପରସ୍ପରର ହାତ ଧରିଥିଲେ । ହୋମନିଆଁ, ବ୍ରାହ୍ମଣର ବେଦ ଧ୍ବନୀରେ ଉଭୟ ଉଭୟଙ୍କୁ ବିବାହ କଇଥିଲେ। ବେସ ଆରାମରେ ଚାଲିଥିଲା ସଂସାର। କିନ୍ତୁ ପ୍ରେମ ଆଗରେ ଫିକା ପଡିଗଲା ସବୁକିଛି । ତିନି ମାସର ଗର୍ଭବତୀ ସ୍ତ୍ରୀ ନିଜ ପ୍ରେମିକ ସହିତ ଫେରାର ମାରିଛି । ଆଉ ବାଟକୁ ଚାହିଁ ବସିଛି ହତଭାଗା ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ନାରଦମୁଣ୍ଡା ଗାଁରେ ।
ଗାଁର ଦଣ୍ଡଧର ପ୍ରଧାନଙ୍କ ପୁଅ ତୃତୀୟା ପ୍ରଧାନ ବୈଦିକ ରୀତିରେ ପାଲଲହଡ଼ା ବ୍ଲକ ଖମାର ଥାନା ଖେମଳା ପଞ୍ଚାୟତ ଘେନକାନି ଗାଁର ନବିନା କିଷାନଙ୍କ ଝିଅ ସୌଦାମିନୀଙ୍କୁ ଗତ ମାର୍ଚ୍ଚ ୩ ତାରିଖ ଦିନ ବିବାହ କରିଥିଲେ । ହେଲେ ବିବାହ ହୋଇଥିବା ଝିଅ ପୁରୀ ଏହି ବିବାହରେ ରାଜି ନଥିଲେ । କାରଣ ସେ ପୂର୍ବରୁ ଜଣଙ୍କୁ ଭଲ ପାଉଥିଲେ ।
ପ୍ରେମରେ ଅନ୍ଧ ପୁରୀ ନିଜ ପ୍ରେମିକ ସହିତ ଫେରାର ହୋଇଯାଇଥିବା ଝିଅର ବାପା ନବିନା କହିଛନ୍ତି । ସ୍ତ୍ରୀର ବାଟକୁ ଚାହିଁ ବସିଛି ସ୍ୱାମୀ ତୃତୀୟା । କଥା ଦେଇଥିଲା ମୁଁ ରଜରେ ଘରୁ ଆସିଲେ ବୁଲିବାକୁ ବାହାରକୁ ଯିବା । ହେଲେ ତୃତୀୟାକୁ ଆଜି ଠକି ଦେଇଛି ପୁରୀ । ପୁରୀ ପାଇଁ ପାଗଳ ପ୍ରାୟ ତୃତୀୟା । ଗାଁ ଲୋକ ୟାକୁ ନେଇ ସହଜରେ ବିଶ୍ୱାସ କରି ପାରୁନାହାନ୍ତି । ଏ ନେଇ ତୃତୀୟା ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି । ହେଲେ କଣ ହେବ । ଆଉ କଣ ପୁରୀ ଫେରି ଆସିବ ????? ଏ ସବୁକୁ ନେଇ ନିନ୍ଦା କରିଛନ୍ତି ଗ୍ରାମବାସୀ । ପ୍ରେମ ପାଇଁ ସ୍ୱାମୀଙ୍କୁ ଛାଡି ପ୍ରେମିକ ସହିତ ଗର୍ଭବତୀ ସ୍ତ୍ରୀ ଫେରାର ହୋଇଯିବାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏଭଳି ଘଟଣା ପରେ ଏହି ଖବର ଏବେ ସୋସିଆଲ ମିଡିଆରେ ଚହଳ ପକାଇଛି।