ମହଙ୍ଗା ପଡ଼ିଲା ରନୱେରେ ଯାତ୍ରୀଙ୍କ ରାତ୍ରିଭୋଜନ

ରନୱେରେ ରାତ୍ରିଭୋଜନ, ଇଣ୍ଡିଗୋକୁ ୧ କୋଟି ୨୦ ଲକ୍ଷ ଫାଇନ

ମହଙ୍ଗା ପଡ଼ିଲା ରନୱେରେ ଯାତ୍ରୀଙ୍କ ରାତ୍ରିଭୋଜନ । ଇଣ୍ଡିଗୋକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଜାନୁଆରୀ ୧୪ ତାରିଖରେ ଏହି ଘଟଣା ଘଟିଥିଲା । ବିମାନ ଉଡ଼ାଣରେ ମାତ୍ରାଧିକ ବିଳମ୍ବ ହେବାରୁ ମୁମ୍ବାଇ ବିମାନବନ୍ଦରର ରନୱେ ଉପରେ ଯାତ୍ରୀମାନେ ବସି ଖାଉଥିବା ଭିଡିଓ ଭାଇରାଲ୍ ହୋଇଥିଲା। ଇଣ୍ଡିଗୋ ବିମାନ ପକ୍ଷରୁ ସେଠାରେ ସେମାନଙ୍କୁ ଖାଦ୍ୟ ଦିଆଯାଇଥିଲା। ଏଥିପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ଫାଇନ କରାଯାଇଛି । ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବଂ ଏଥିସହ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍‌କୁ ମଧ୍ୟ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ବ୍ୟୁରୋ ଅଫ୍ ସିଭିଲ ଆଭିଏସନ୍ ସିକ୍ୟୁରିଟି ପକ୍ଷରୁ ଉଭୟଙ୍କୁ ନୋଟିସ୍ ପଠାଯାଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା ଏବଂ ସେଥିରେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଜରିମାନା କରାଯାଇଥିବା କହିଛି ଡିଜିସିଏ । ସେପଟେ ଘନ କୁହୁଡ଼ି ଓ ଲୋ-ଭିଜିବିଲିଟିରେ ତାଲିମ ପାଇନଥିବା ପାଇଲଟଙ୍କୁ ନିୟୋଜିତ କରାଯାଇଥିବାରୁ ଏୟାର ଇଣ୍ଡିଆ ଓ ସ୍ପାଇସଜେଟକୁ ମଧ୍ୟ ୩୦ ଲକ୍ଷ ଟଙ୍କା ଲେଖାଏଁ ଫାଇନ୍ କରାଯାଇଛି ।