ପଳାତକଙ୍କୁ ଆଣିବାକୁ ୟୁକେ ଯିବ ED-CBI-NIAର ମିଳିତ ଟିମ୍

ୟୁକେ ଯିବ ED-CBI-NIA

ୟୁକେ ଯିବ ED, CBI, NIA। ପଳାତକଙ୍କୁ ଆଣିବାକୁ ୟୁକେ ଯିବ ED-CBI-NIAର ମିଳିତ ଟିମ୍। ଶୀଘ୍ର ବୈଦେଶିକ ବିଭାଗର ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଯିବ। ସଞ୍ଜୟ ଭଣ୍ଡାରୀ, ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କୁ ଆଣିବାକୁ ଯିବ ଟିମ୍। ୩ ଜଣଙ୍କ ନାଁରେ ଠକେଇ ମାମଲା ଥିଲା ବେଳେ ୟୁକେରେ ରହୁଛନ୍ତି। ଭାରତ ପ୍ରତ୍ୟାର୍ପଣ ରୋକିବାକୁ ସମସ୍ତେ କୋର୍ଟର ଆଶ୍ରୟ ନେଇଛନ୍ତି। ତୁରନ୍ତ ଏକ ଉଚ୍ଚସ୍ତରୀୟ ଟିମ୍‌ ଲଣ୍ଡନ ସ୍ଥିତ ହାଇକମିଶନଙ୍କୁ ଭେଟିବ। ପ୍ରତ୍ୟାର୍ପଣ ନେଇ ଥିବା ପ୍ରତିବନ୍ଧକ ହଟାଇବାକୁ ଉଦ୍ୟମ କରିବ ଟିମ୍‌ । ହୀରା ବ୍ୟବସାୟୀ ନିରବ ମୋଦି, କିଙ୍ଗଫିସର ଏୟାରଲନସର ପ୍ରମୋଟର ବିଜୟ ମାଲ୍ୟା ଏବଂ ପ୍ରତିରକ୍ଷା ଡିଲର ସଂଜୟ ଭଣ୍ଡାରୀ ସମତେ ଅନେକ ବ୍ୟବସାୟୀ ୟୁକେରେ ରହିଛନ୍ତି । ଏମାନେ ଭାରତରେ ବିଭିନ୍ନ ବ୍ୟବସାୟ କରୁଥିଲେ । କିନ୍ତୁ ଆର୍ଥିକ ଅନିୟମିତତା କାରବା ପରେ ଆଇନର ଜାଲରେ ଫସି ଦେଶ ଛାଡି ବ୍ରିଟେନ ପଳାଇଛନ୍ତି ।