ଭବ୍ୟ ରାମମନ୍ଦିରର ୨୦ ବିଶେଷତ୍ୱ

ଜାଣନ୍ତୁ ଅଯୋଧ୍ୟା ଭବ୍ୟ ରାମମନ୍ଦିରର ମହତ୍ତ୍ବ

ଆସୁଛନ୍ତି ରାମଲାଲା। ସଜେଇ ହୋଇଛି ପୁରା ଅଯୋଧ୍ୟା ନଗରୀ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ସ୍ୱାଗତ ପାଇଁ ଅଧୀର ହେଲେଣି ଦେଶବାସୀ । ପ୍ରସ୍ତୁତି ପ୍ରାୟ ଶେଷ ପର୍ୟ୍ୟାୟରେ । ଆଉ ମାତ୍ର ଦିନ କେଇଟାର ଅପେକ୍ଷା । ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ବିରାଜିବେ ପ୍ରଭୁ । ଜାନୁଆରୀ ୨୨ରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ତେବେ ଏହି ଭବ୍ୟ ମନ୍ଦିର ବିଷୟରେ ଜାଣିବା ପାଇଁ ସମସ୍ତେ ଇଚ୍ଛୁକ । ମନ୍ଦିରର କ’ଣ କ’ଣ ବିଶେଷତ୍ୱ ରହିଛି ସେ ବିଷୟରେ ଜାଣିବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି । ଆସନ୍ତୁ ଜାଣିବା କଣ ରହିଛି ମନ୍ଦିରର ବିଶେଷତ୍ୱ ।

ମନ୍ଦିର ବିଷୟରେ ୨୦ ଗୁରୁତ୍ୱପୂର୍ଣ୍ଣ ତଥ୍ୟ:-

୧- ମନ୍ଦିର ପରମ୍ପରାଗତ ନାଗର ଶୈଳୀରେ ନିର୍ମାଣ କରାଯାଇଛି

୨- ମନ୍ଦିର ଲମ୍ବ ୩୮୦ଫୁଟ, ଚଉଡ଼ା ୨୫୦ ଫୁଟ, ଉଚ୍ଚତା ୧୬୧ ଫୁଟ

୩- ମନ୍ଦିର ୩ମହଲା ବିଶିଷ୍ଟ । ପ୍ରତି ମହଲାର ଉଚ୍ଚତା ୨୦ଫୁଟ

୪- ମନ୍ଦିରରେ ରହିଛି ୩୯୨ଟି ଖୁମ୍ବ ଏବଂ ୪୪ଟି ଦ୍ୱାର ରହିଛି

୫- ମୁଖ୍ୟ ଗର୍ଭଗୃହରେ ପ୍ରଭୁ ଶ୍ରୀରାମଙ୍କ ବାଲ୍ୟସ୍ୱରୂପ ବିରାଜମାନ କରିବେ

୬- ମନ୍ଦିରରେ ୫ଟି ମଣ୍ଡପ ରହିବ- ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ମଣ୍ଡପ, କୀର୍ତ୍ତନ ମଣ୍ଡପ

୭- ମନ୍ଦିରକୁ ଭକ୍ତମାନେ ପୂର୍ବଦ୍ୱାର ଦେଇ ପ୍ରବେଶ କରିବେ

୮- ଦିବ୍ୟାଙ୍ଗ ଏବଂ ବୃଦ୍ଧ, ବୃଦ୍ଧାଙ୍କ ପାଇଁ ମନ୍ଦିରରେ ଲିଫ୍ଟର ବ୍ୟବସ୍ଥା ରହିଛି

୯- ମନ୍ଦିର ଚାରିପଟେ ଆୟତ୍ତାକାର ପରକୋଟା ରହିଛି ।

୧୦- ପରକୋଟାର ଚାରିକୋଣରେ ସୂର୍ଯ୍ୟଦେବ, ମା’ ଭଗବତୀ, ଗଣପତି ଏବଂ ଭଗବାନ ଶିବଙ୍କୁ ସମର୍ପିତ ଚାରୋଟି ମନ୍ଦିର ରହିବ ।

୧୧- ମନ୍ଦିର ପାଖରେ ପୌରାଣିକ କାଳର ସୀତାକୁଣ୍ଡ ରହିବ

୧୨- ମନ୍ଦିର ପରିସରରେ ମହର୍ଷି ବାଲ୍ମିକୀ, ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ନିଷାଦରାଜ, ମାତା ଶବରୀ, ଋଷିପତ୍ନୀ ଦେବୀ ଅହଲ୍ୟାଙ୍କ ମନ୍ଦିର ରହିବ

୧୩- ଦକ୍ଷିଣ ପଶ୍ଚିମ ଭାଗରେ ଭଗବାନ ଶିବଙ୍କ ଏକ ପ୍ରାଚୀନ ମନ୍ଦିର ରହିଛି

୧୪- ମନ୍ଦିରରେ କୌଣସି ଲୁହାର ବ୍ୟବହାର କରାଯାଇନାହିଁ

୧୫- ମନ୍ଦିରର ତଳେ ୧୪ ମିଟର ମୋଟା ରୋଲର କମ୍ପାକ୍ଟଟେଡ୍ କଂକ୍ରିଟ ବିଛାଯାଇଛି

୧୬- ମନ୍ଦିରକୁ ପୃଥିବୀର ଆଦ୍ରତାରୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି

୧୭- ମନ୍ଦିର ପରିସରରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ସ୍ୱତନ୍ତ୍ର ପାୱାର ଷ୍ଟେସନ ନିର୍ମାଣ କରାଯାଇଛି

୧୮- ୨୫ହଜାର କ୍ଷମତା ବିଶିଷ୍ଟ ଏକ ଦର୍ଶନାର୍ଥୀ ସୁବିଧା କେନ୍ଦ୍ରର ନିର୍ମାଣ କରାଯାଇଛି

୧୯- ମନ୍ଦିର ପରିସରରେ ସ୍ନାନାଗାର, ଶୌଚାଳୟ, ୱାସ ବେସିନର ବ୍ୟବସ୍ଥା ରହିଛି

୨୦- ମନ୍ଦିରରେ ରହିଛି ଜଟାୟୁଙ୍କର ଏକ ବିଶାଳ ବ୍ରୋଞ୍ଚ ପ୍ରତିମୂର୍ତ୍ତି

ପୁରାତନ ଭାରତୀୟ ପରମ୍ପରା, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ ହୋଇଛି ଏହି ଭବ୍ୟ ଶ୍ରୀରାମ ମନ୍ଦିର । ମନ୍ଦିର ନିର୍ମାଣରେ ପରିବେଶ ଓ ଜଳ ସଂରକ୍ଷଣକୁ ମଧ୍ୟ ବିଶେଷ ଭାବେ ଧ୍ୟାନ ଦିଆଯାଇଛି । ମନ୍ଦିରକୁ ଭବ୍ୟ ସୁନ୍ଦର ଏବଂ ବିଶ୍ୱସ୍ତରୀୟ କରିବା ପାଇଁ ବିଭିନ୍ନ କୌଶଳ ବ୍ୟବହାର କରାଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ମନ୍ଦିର ନିର୍ମାଣରେ ଲୁହାର ବ୍ୟବହାର ହୋଇନାହିଁ । ତେବେ ପ୍ରାଣପ୍ରତିଷ୍ଠା ପାଇଁ ମାତ୍ର ୮୪ ସେକେଣ୍ଡ ସମୟ ଧ୍ୟାର୍ଯ୍ୟ କରାଯାଇଛି ।