ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ପୋଲିସ ଡିଜି

ପୋଲିସ ଡିଜିଙ୍କ ଶ୍ରୀମନ୍ଦିର ସୁରକ୍ଷା ସମୀକ୍ଷା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ଭିଡ଼କୁ ଦୃଷ୍ଟିରେ ରଖି ଚାରି ଥାକିଆ କଡ଼ା ସୁରକ୍ଷାରେ ରହିବ ଶ୍ରୀକ୍ଷେତ୍ର । ଯଜ୍ଞସ୍ଥଳ, ଶ୍ରୀସେତୁ, ଶ୍ରୀମାର୍ଗ ଓ ଜଗନ୍ନାଥ ବଲ୍ଲଭ ଅଂଚଳ ବୁଲି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଡିଜି । ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ରାଂଚଳ ଆଇଜି ଓ ପୁରୀ ଏସ୍ପି । ୧୭ ଉଦ୍ଘାଟନୀ ଉତ୍ସବରେ ୪ ଥାକିଆ କଡା ସୁରକ୍ଷାରେ ରହିବ ଶ୍ରୀକ୍ଷେତ୍ର । ଟ୍ରାଫିକ୍, ଭିଆଇପି, ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ ବୋଲି ପୋଲିସ୍ ଡିଜି କହିଛନ୍ତି । ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ୮୦ ପ୍ଲାଟୁନ୍ ଫୋର୍ସ ଓ ୩ଟି ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ ରହିବେ । ୧୦୦ ଜଣ ସୁପରଭାଇଜର ଅଫିସର ସୁରକ୍ଷା ଦାୟିତ୍ୱରେ ରହିବେ ।