ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ହେଲା ଶୁଭାରମ୍ଭ

ଆଜି ହେବ ଅଙ୍କୁରପୂଜନ ସହ ଅନ୍ୟାନ୍ୟ ନୀତିକାନ୍ତି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ହେଲା ଶୁଭାରମ୍ଭ । ଗଜପତି କଲେ ବ୍ରାହ୍ମଣବରଣ । ଆଜି ଆରମ୍ଭ ହେବ ଅଙ୍କୁରପୂଜନ ସହ ଅନ୍ୟାନ୍ୟ ନୀତିକାନ୍ତି । ଯଜ୍ଞର ଦ୍ୱିତୀୟ ଦିନରେ ପୂର୍ବାହ୍ନ ୧୧ଟାରୁ ରାତି ୮ଟା ଭିତରେ ଏହି କାର୍ଯ୍ୟକ୍ରମ ହେବ । ଗତକାଲି ଗଜପତିଙ୍କ ଶ୍ରୀନଅରରେ ମଙ୍ଗଳାର୍ପଣ କାର୍ଯ୍ୟ ସମାପନ ପରେ ଗଜପତି ମହାରାଜା ପ୍ରଧାନାଚାର୍ଯ୍ୟ ଗଜପତିଙ୍କ ପ୍ରତିନିଧି, ପ୍ରଚାରକ,ଉପପ୍ରଚାରକ, ମଣ୍ଡଳାଚାର୍ଯ୍ୟ, ଶ୍ରୀମନ୍ଦିର ପୁରୋହିତ, ଆଚାର୍ଯ୍ୟ, ସଂଯୋଜକଙ୍କୁ ବରଣ କାର୍ଯ୍ୟ ସମାପନ କରିଥିଲେ । ପରେ ପ୍ରଚାରକ, ଉପ ପ୍ରଚାରକ, ମଣ୍ଡଳାଚାର୍ଯ୍ୟ, ଗଜପତିଙ୍କ ପ୍ରତିନିଧି ଅଙ୍କୁରାରୋପଣ ଗୃହରେ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କୁ ଆବାହନ କରି ଅଙ୍କୁରାରୋପଣ ବିଧି ସମାପନ କରିଥିଲେ । ତେବେ ଆଜି ତାର ଦ୍ୱିତୀୟ ଦିନରେ ପୂର୍ବାହ୍ନ ୧୧ଟାରୁ ରାତି ୮ଟା ଭିତରେ ଅଙ୍କୁର ପୂଜନ କାର୍ଯ୍ୟ ସମାନ ପୁରୋହିତଙ୍କ ଦ୍ୱାରା କରାଯିବ ।