ଲାକ୍ଷାଦ୍ବୀପ ଟ୍ରିପ୍ ର ପୂରା ପ୍ଲାନ୍

ଭାରତର ସବୁଠୁ ସୁନ୍ଦର ସ୍ଥାନ ଲାକ୍ଷାଦ୍ବୀପ

ବ୍ୟସ୍ତ ବହୁଳ ଜୀବନ ଭିତରୁ ମଣିଷ ଚାହେଁ ଟିକେ ରିଲାକ୍ସ ହେବା ପାଇଁ । ଶାରୀରିକ କଷ୍ଟ ଆଉ ମାନସିକ ଦୁଶ୍ଚିନ୍ତାରୁ ଟିକେ ଦୂରେଇ ରହିବ ପାଇଁ । ମାନସିକ ଶାନ୍ତି ପାଇଁ ମଣିଷ ଖୋଜେ ଖୋଲା ପବନ, ଶାନ୍ତ ପରିବେଶ ଆଉ ପାହାଡ଼ ପର୍ବତ ଘେରା ପ୍ରାକୃତିକ ମନଲୋଭା ଦୃଶ୍ୟ । ଯେଉଁଥିରେ ମଣିଷ ନିଜକୁ ହଜାଇ ଦେଇ ଜୀବନର କଂକ୍ରିଟ ଦୁନିଆରୁ ବାହାରି ମାଟି, ପାଣି, ପବନ ପ୍ରାକୃତିକ ସୌନ୍ଦର୍ୟ୍ୟ ଭରା ପରିବେଶରେ ବଂଚିବାକୁ ଚାହେଁ ।  ଆପଣ ଯଦି ଏମିତି ଏକ ଶାନ୍ତ ପରିବେଶ ଖୋଜୁଛନ୍ତି, ତେବେ ଲାକ୍ଷାଦ୍ଵୀପ ନିଶ୍ଚୟ ଯିବେ । ଲାକ୍ଷାଦ୍ଵୀପ ହେଉଛି ଭାରତର ସବୁଠାରୁ ସୁନ୍ଦର ଏବଂ ଶାନ୍ତ ସ୍ଥାନ ମଧ୍ୟରୁ ଅନ୍ୟତମ । ଏହା ହେଉଛି ୮ଟି ୟୁନିୟନ ଟେରିଟୋରି ମଧ୍ୟରୁ ଗୋଟିଏ । ୧୯୫୬ ରେ ଏହା ଏକ ୟୁନିଅନ୍ ଟେରିଟୋରୀ ହୋଇଥିଲା। ଏଠାରେ ୩୬ ଟି ଦ୍ୱୀପ, ୧୨ ଟି ଆଟଲ୍ (ପ୍ରବାଳ ପ୍ରାଚୀର), ୩ଟି ରିଫ୍( ଶୈଳ, ପ୍ରବାଳ ଶ୍ରେଣୀ) ଅଛି । ଲାକ୍ଷାଦ୍ଵୀପରେ ୧୦ଟି ଦ୍ୱୀପରେ ଲୋକ ବସବାସ କରନ୍ତି । ୩୬ ଟି ଦ୍ୱୀପ ମଧ୍ୟରୁ ମିନିକଏ ଦ୍ୱୀପ, କଲପେନି ଦ୍ୱୀପପୁଞ୍ଜ, କଦମାଟ ଦ୍ୱୀପ, ବଙ୍ଗରାମ ଦ୍ୱୀପ ଏବଂ ଥିନାକାରା ଦ୍ୱୀପ ବେଶି ଲୋକପ୍ରିୟ ।

ଲାକ୍ଷାଦ୍ଵୀପ କେମିତି ଯିବେ?

– ଯଦି ଆପଣ ଲାକ୍ଷାଦ୍ଵୀପ ଯିବାକୁ ଚାହୁଁଛନ୍ତି ତେବେ କୋଚି ମାଧ୍ୟମରେ ହିଁ ଯାଇପାରିବେ। କେରଳ କୋଚିରୁ ବିମାନ ଯୋଗେ ଆପଣ ଲାକ୍ଷାଦ୍ଵୀପ ଯାଇପାରିବେ । ଏୟାର ଇଣ୍ଡିଆ ସପ୍ତାହରେ ଛଅ ଦିନ ଲାକ୍ଷାଦ୍ଵୀପକୁ ବିମାନ ଚଳାଚଳ କରିଥାଏ। ଯଦି ଆପଣ ଓଡ଼ିଶାରୁ ଯାଉଛନ୍ତି ତାହେଲେ ପ୍ରଥମେ ଭୁବନେଶ୍ୱରରୁ କୋଚି ଏବଂ ପରେ କୋଚିରୁ ଲାକ୍ଷାଦ୍ଵୀପ ଯିବେ । ଏଥିସହ ଏମଭି କଭାରତୀ, ଏମଭି ମିନିକଏ, ଏମଭି ଆମିନଡିଭି, ଏମଭି କରାଲ, ଏମ.ଭି ଲାଗୁନ, ଏମ.ଭି ଲାକ୍ଷାଦ୍ଵୀପ ସାଗର, ଏବଂ ଏମଭି ଆରବ ସାଗର ହେଉଛି କୋଚିରୁ ଲାକ୍ଷାଦ୍ଵୀପକୁ ଯାଉଥିବା ସାତୋଟି ଜାହାଜ।

– ଲାକ୍ଷାଦ୍ଵୀପ ଯିବାକୁ ହେଲେ କ୍ଲିୟରାନ୍ସ ସାର୍ଟିଫିକେଟ୍ ପରେ, ଆପଣଙ୍କୁ ପ୍ରବେଶ ଅନୁମତି ଡାଉନଲୋଡ୍ କରିବାକୁ ପଡିବ କିମ୍ବା କୋଚିର ୱିଲିଙ୍ଗଡନ୍ ଦ୍ୱୀପରେ ଥିବା ଲାକ୍ଷାଦ୍ଵୀପ ପ୍ରଶାସନ କାର୍ୟ୍ୟାଳୟରୁ ଅନୁମତି ନେବାକୁ ପଡ଼ିବ । ଲାକ୍ଷାଦ୍ଵୀପ ସ୍ଥିତ ଷ୍ଟେସନ ହାଉସ ଅଫିସରଙ୍କ ନିକଟରେ ପ୍ରବେଶ ଅନୁମତି ଦାଖଲ କରିବାକୁ ପଡ଼ିବ ।

କ’ଣ କ’ଣ ପର୍ଯ୍ୟଟନ ସ୍ଥାନ ଦେଖିବେ ?

ଲାକ୍ଷାଦ୍ଵୀପର ପ୍ରାକୃତିକ ସୌନ୍ଦର୍ୟ୍ୟ, ଶାନ୍ତ ପରିବେଶ ପର୍ୟ୍ୟଟକଙ୍କୁ ଆକର୍ଷିତ କରିଥାଏ । ଲାକ୍ଷାଦ୍ଵୀପର ଏକ ଟ୍ରପିକାଲ୍ ଜଳବାୟୁ ଅଛି ।  ଏପ୍ରିଲ୍ ଏବଂ ମେ ସବୁଠୁ ଉତ୍ତପ୍ତ ଅଟେ । ଜଳବାୟୁ ଆର୍ଦ୍ର ଏବଂ ମନୋରମ ଅଟେ । ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟଟକମାନଙ୍କ ପାଇଁ ଦ୍ୱୀପପୁଞ୍ଜ ପରିଦର୍ଶନ ପାଇଁ ଉପଯୁକ୍ତ ସମୟ ।

– ବଙ୍ଗରାମ ଦ୍ୱୀପ ହେଉଛି ଏକ ଛୋଟ ଟ୍ରେଡ୍ରପ୍ ଆକୃତିର ଦ୍ୱୀପ, ଯାହା ଅଗଟି ଏବଂ କଭାରତୀ ନିକଟରେ ରହିଛି । ଏହି ଦ୍ୱୀପରେ ନିର୍ମିତ ପର୍ୟ୍ୟଟନ ରିସୋର୍ଟଗୁଡିକ ପରିଦର୍ଶକମାନଙ୍କ ପାଇଁ ଆରାମଦାୟକ କେନ୍ଦ୍ର ଅଟେ।

– କଦମାଟ ଦ୍ୱୀପ ୮ କିଲୋମିଟର ଲମ୍ବ ଏବଂ କେବଳ ୫୫୦ ମିଟର ଚଉଡା । ପଶ୍ଚିମ ଦିଗରେ ଜଳ କ୍ରୀଡା ପାଇଁ ଏକ ସୁନ୍ଦର ଅସ୍ଥାୟୀ ଲାଗୁନ୍ ଥିବାବେଳେ ପୂର୍ବରେ ଏକ ସଂକୀର୍ଣ୍ଣ ଲାଗୁନ୍ ଅଛି ।  ଏହି ଦ୍ୱୀପ ନିର୍ମଳ ସୌନ୍ଦର୍ୟ୍ୟର ଏକ ନିଆରା ଅନୁଭୂତି ଦେଇଥାଏ।

– କଭାରତୀ ଦ୍ୱୀପ ହେଉଛି ସବୁଠାରୁ ବିକଶିତ ଦ୍ୱୀପ। ଏହି ଦ୍ୱୀପରେ ୫୨ ଟି ମସଜିଦ ବିସ୍ତାର ହୋଇଛି ଏବଂ ଉଜ୍ରା ମସଜିଦ ଏଠାରେ ସବୁଠାରୁ ସୁନ୍ଦର ସ୍ଥାନ ।  ଏଠାକୁ ଆସୁଥିବା ପର୍ୟ୍ୟଟକମାନେ ସାମୁଦ୍ରିକ ଆକ୍ୱାରିୟମ୍ ପରିଦର୍ଶନ କରନ୍ତି ଯେଉଁଠାରେ ଜଳ ନମୁନାଗୁଡିକର ଏକ ଉତ୍କୃଷ୍ଟ ସଂଗ୍ରହ ରହିଛି । ଯେଉଁମାନେ ସ୍କୁବା ଡାଇଭିଂକୁ ଉପଭୋଗ କରନ୍ତି ସେମାନଙ୍କ ପାଇଁ ଡଲଫିନ୍ ଡାଇଭ୍ ସେଣ୍ଟର ଏକ ଆକର୍ଷଣ।

– ମିନିକଏ ଦ୍ୱୀପପୁଞ୍ଜ ଉତ୍ତର ଗୋଷ୍ଠୀର ୨୦୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ । ଏହାର ଲମ୍ବ ୧୦.୬ କିଲୋମିଟର।  ମିନିକଏ ‘ଆଭି’ ନାମକ ୧୧ ଟି ଗାଁର ଏକ ଗୋଷ୍ଠୀକୁ ନେଇ ଗଠିତ । ମିନିକଏ ଏହାର ପାରମ୍ପାରିକ ନୃତ୍ୟ ଲାଭା ପାଇଁ ପ୍ରସିଦ୍ଧ।  ବ୍ରିଟିଶ ଯୁଗରେ ୧୮୮୫ ମସିହାରେ ନିର୍ମିତ ୩୦୦ ଫୁଟ ଉଚ୍ଚର ଲାଇଟହାଉସ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥାଏ ।