ପାକିସ୍ତାନର ମେଡ଼ିକାଲ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ

ଆତଙ୍କବାଦୀ ଆକ୍ରମଣ, ୬ ଜଣଙ୍କ ମୃତ୍ୟୁ

ଆଜି ପାକିସ୍ତାନରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି । ଏଥର ଆକ୍ରମଣ କିନ୍ତୁ ସମ୍ପୂର୍ଣ ଭିନ୍ନ ଅଟେ । ଏଥର ଆତଙ୍କବାଦୀ ମାନେ ଏକ ମେଡ଼ିକାଲ ଟିମ ସୁରକ୍ଷା ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୬ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ଏବଂ ୨୨ ଜଣ ଆହତ ହୋଇଛନ୍ତି । ଆତଙ୍କବାଦୀଙ୍କ ଜନ୍ମସ୍ଥଳୀ କୁହାଯାଉଥିବା ପାକିସ୍ତାନକୁ ଧୀରେ ଧୀରେ ଏଥିପାଇଁ ମୂଲ୍ୟ ଦେବକୁ ପଡୁଛି । ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଖୋଦ୍‌ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛି । ଆଜି ପାକିସ୍ତାନର ଉତ୍ତରରେ ଏକ ପୁଲିସ ଗାଡିକୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଛନ୍ତି । ଏହି ବିସ୍ପୋରଣରେ ଘଟଣାସ୍ଥଳରେ ହିଁ ୬ ଜଣ ପୋଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି। ସୂଚନା ଅନୁସାରେ, ପାକିସ୍ତାନ ପୋଲିସର ଏକ ଟିମ୍‌ ପୋଲିଓ ଟିକା ନେଇ ଗାଡିରେ ଯାଉଥିଲେ । ଯିବା ସମୟରେ ତାଙ୍କୁ ଲକ୍ଷ୍ୟ କରି ଆତଙ୍କବାଦୀ ଆକ୍ରମଣ କରି ବିସ୍ପୋରଣ ଘଟାଇଥିଲେ । ଏହି ଆକ୍ରମଣରେ ୬ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ଏବଂ ୨୨ ଜଣ ଆହତ ହୋଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ । କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହଛି । ଆଗକୁ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୋଲିସ କହିଛି ।