ହିଟ ଆଣ୍ଡ ରନ ଆଇନକୁ ବିରୋଧ, କାଲିଠୁ ପରିବହନ ମହାସଂଘର ଧର୍ମଘଟ

କାଲିଠୁ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ

ହିଟ ଆଣ୍ଡ ରନ ଆଇନକୁ ବିରୋଧ କରି ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । କାଲିଠୁ ରାଜ୍ୟର ସବୁ ତେଲ ଡିପୋରୁ ପେଟ୍ରୋଲ-ଡିଜେଲ ଯୋଗାଣ ବନ୍ଦ କରିଦେବାକୁ ସଂଘ ଘୋଷଣା କରିଛି । ଏହାକୁ ନେଇ ବଢିଛି ଚିନ୍ତା । କାରଣ ଯୋଗାଣ ପ୍ରଭାବିତ ହେଲେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ସବୁ ଟାଙ୍କିରୁ ତେଲ ସରିଯିବା ଆଶଙ୍କା ରହିଛି । ଏହାଦ୍ୱାରା ଲୋକେ ତ ହଇରାଣ ହେବେ, ମାଲ୍ ପରିବହନ ବି ଗୁରୁତର ପ୍ରଭାବିତ ହେବା ଆଶଙ୍କା ବଢିଯାଇଛି । ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ସ୍ଥଗିତ ରଖି ରଖୁ ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ସଂଶୋଧିତ ଭାରତୀୟ ନ୍ୟାୟ ସଂହିତାରେ ଦୁର୍ଘଟଣା ପାଇଁ ଡ୍ରାଇଭରଙ୍କ ଲାଗି କରାଯାଇଥିବା କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ପ୍ରତିବାଦରେ ଆନ୍ଦୋଳନ ଡାକରା ଦେଇଛି ମହାସଂଘ । ନୂଆ ଆଇନ ଡ୍ରାଇଭରଙ୍କ ବେକରେ ଫାଶି ସଦୃଶ ବୋଲି ମହାସଂଘ ଅଭିଯୋଗ କରିଛି । ତେଣୁ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ତେଲ ଡିପୋରୁ ପେଟ୍ରୋଲ ଓ ଡିଜେଲ ଯୋଗାଣ ବନ୍ଦ କରିବାକୁ ମହାସଂଘ ଘୋଷଣା କରିଛି ।
ଡ୍ରାଇଭରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଇନ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ପକାନ୍ତୁ ବୋଲି ମହାସଂଘ ଦାବି କରିଛି । ନହେଲେ ଆନ୍ଦୋଳନ ଆହୁରି ତୀବ୍ର କରିବ ବୋଲି ଚେତାବନୀ ବି ଦେଇଛି । ଏପଟେ ପେଟ୍ରୋଲିୟମ ଡିଲର ସଂଘ କହିଛି, ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ପେଟ୍ରୋଲ ପମ୍ପକୁ ତେଲ ଯୋଗାଣ ପ୍ରଭାବିତ ହୋଇଥିଲା । ପାନିକ୍ ବାୟିଂ ଯୋଗୁଁ ଷ୍ଟକ୍ ମଧ୍ୟ ସରିବା ଉପରେ ।