ସ୍ଥଗିତ ହୋଇନି ଡ୍ରାଇଭର ଆନ୍ଦୋଳନ: ପ୍ରଶାନ୍ତ ମେଣ୍ଡୁଲି

ସରକାର କହିଲେ ଆନ୍ଦୋଳନ ସ୍ଥଗିତ, ଡ୍ରାଇଭର ସଂଘ କହିଲା ନା

ଜାରି ରହିବ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ରର ନୂଆ ଆଇନ୍ ବିରୋଧରେ ଚାଲିବ ଆନ୍ଦୋଳନ । ଆନ୍ଦୋଳନ ସ୍ଥଗିତ ହୋଇଥିବା ନେଇ ସରକାର ସୂଚନା ଦେଇଥିବା ବେଳେ ଡ୍ରାଇଭର ସଂଘ କିନ୍ତୁ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି । ଆମେ ବହୁତ ପ୍ରତାରଣାର ଶିକାର ହୋଇଛୁ ବୋଲି ସଂଘର ସଭାପତି କହିଛନ୍ତି । ସରକାରଙ୍କ ସହ କିଛି ଆଲୋଚନା ହୋଇଛି, ଆଉ କିଛି ବାକି ଅଛି। ଆମର ୧୦ ଦଫା ଦାବି ଥିଲା, ସରକାର ସେଥିରୁ ଗୋଟିଏ ମାନିଥିଲେ। ଗୋଟିଏ ମାନି ଘୋଷଣା କଲେ, କିନ୍ତୁ କିଛି କାର୍ଯ୍ୟକାରୀ କଲେନି। ଆମେ ବହୁତ ପ୍ରତାରଣାର ଶିକାର ହୋଇଛୁ ବୋଲି ସଂଘର ସଭାପତି କହିଛନ୍ତି । କାଲିର କାର୍ଯ୍ୟପନ୍ଥା କ’ଣ ହେବ ସେ ନେଇ ନିଷ୍ପତ୍ତି ନିଆଯିବ । ସେପଟେ ଆନ୍ଦୋଳନ ସ୍ଥଗିତ ହୋଇଥିବା ନେଇ ପୂର୍ବରୁ କହିଥିଲେ ପରିବହନ କମିଶନର ଅମିତାଭ ଠାକୁର। ଡ୍ରାଇଭର ଏକତା ମଞ୍ଚ ସହ ଆଲୋଚନା ପରେ ରାଜ୍ୟ ପରିବହନ କମିଶନର ଏଭଳି ସୂଚନା ଦେଇଥିଲେ । ଡ୍ରାଇଭରମାନଙ୍କ ଦାବି ସରକାର ପୂରଣ କରିଥିବାରୁ ସେମାନେ ଆନ୍ଦୋଳନ ସ୍ଥଗିତ ରଖିଥିବା କହିଥିଲେ ପରିବହନ କମିଶନର।