ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ୧୦ରୁ ଅଧିକ ଆହତ

ବିଳମ୍ବିତ ରାତିରେ ବଡ଼ ଦୁର୍ଘଟଣା । ଦୁଇଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା । ଜଣେ ମୃତ, ୧୦ରୁ ଅଧିକ ଆହତ । ଗଞ୍ଜାମ ଜିଲ୍ଲା ଆସିକା ନିକଟ ଢ଼ଉଗାଁ ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ହିନ୍ଦୁସ୍ତାନ ପେଟ୍ରୋଲ ପମ୍ପ ପାଖରେ ଦୁଇଟି ଯାତ୍ରୀବାହୀ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ବସର ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ମୃତକ ହେଲେ ଦିଲଖୁସ୍ ବସର ଡ୍ରାଇଭର ବାଳକୃଷ୍ଣ ଗୌଡ଼ । ଭୁବନେଶ୍ୱରରୁ ମାଲକାନଗିରି ଯାଉଥିଲା ଦିଲଖୁସ ବସ୍ । ସେପଟେ ଆସିକା ଆଡ଼କୁ ଆସୁଥିବା ହ୍ୱାଇଟ ହର୍ସ ନାମକ ଆଉ ଯାତ୍ରୀବାହୀ ବସ ସହ ଏହା ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଆହତମାନଙ୍କ ମଧ୍ୟରୁ କ୍ଷୀରୋଦ ବେହେରା, ସରିତା ଶତପଥୀ ଓ ରକି ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।