ମହୁଆଙ୍କୁ ସୁପ୍ରିମ ଝଟକା

ମହୁଆଙ୍କ ମୋଇତ୍ରଙ୍କୁ ସୁପ୍ରିମକୋର୍ଟ ଝଟକା

ମହୁଆଙ୍କ ମୋଇତ୍ରଙ୍କୁ ସୁପ୍ରିମକୋର୍ଟ ଝଟକା । ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ସଂସଦରୁ ନିଲମ୍ବିତ ହୋଇଥିଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ନିଲମ୍ବିତ ଆଦେଶ ଉପରେ ରୋକ୍ ଲଗାଇବାକୁ ମହୁଆ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ ଖାନ୍ନା ଖାରଜ କରିଦେଇଛନ୍ତି । ଏହାସହ ମହୁଆଙ୍କ ଓକିଲ ଅଭିଶେକମନୁ ସଂଘଭୀଙ୍କ ଅନ୍ୟ ଏକ ଆବେଦନ ମଧ୍ୟ କୋର୍ଟରେ କାଟ୍ ଖାଇଛି । ଦ୍ୱିତୀୟ ଆବେଦନରେ ଏହି ମାମଲାର ଶୁଣାଣି ଫେବୃଆରୀ ମାସରେ କରାଯାଉ ବୋଲି ସଂଘଭୀ ମହୁଆଙ୍କ ତରଫରୁ ଆବେଦନ କରିଥିଲେ ।ଏହା ପୂର୍ବରୁ ମହୁଆଙ୍କ ଓକିଲ ସଂଘଭୀ କହିଥିଲେ କି ମହୁଆ କେବଳ ତାଙ୍କ ଲଗଇନ୍ ଆଇଡି ଅନ୍ୟକୁ ଦେଇଥିବାରୁ ତାଙ୍କୁ ସଂସଦରୁ ନିଲମ୍ବନ କରାଯାଇଛି । ହେଲେ ଲାଂଚ ନେଇଥିବା ଅଭିଯୋଗ ଉପରେ ବିଚାର କରିବାର ଆବଶ୍ୟକତା ରହିଛି । ଆଇଡି ଲଗଇନକୁ ନେଇ ସଂଘଭୀ କହିଛନ୍ତି କି, ମୁଁ ୧୮ ବର୍ଷ ଧରି ସାଂସଦ ଭାବେ ରହିଛି । କେହି କେବଳ ଲଗଇନ୍ ଆଇଡି ଦେଇଦେଲେ ଅନ୍ୟମାନେ ତାହା ଲଗଇନ୍ କରିପାରିବେ ନାହିଁ । କାରଣ ଲଗଇନ୍ କରିବାକୁ ହେଲେ ଓଟିପିର ଆବଶ୍ୟକତା ରହିଛି । ଯାହାକି ସଂପୃକ୍ତ ସାଂସଦଙ୍କ ମୋବାଇଲକୁ ଆସିଥାଏ । ହେଲେ ସଂସଦରେ ନିୟମ ରହିଛି କି ଯଦି ସଂସଦର ଆଇଡି କି ପାସୱାଡ ହ୍ୟାକ୍ ହୁଏ ତେବେ ସାଂସଦ ନିଲମ୍ବିତ ହୋଇପାରିବେ । ହେଲେ କେହି କାହାକୁ ଆଇଡି ଲଗଇନ୍ ଦେଇଦେଲେ ତାଙ୍କୁ ନିଲମ୍ବନ କରାଯିବାର କୌଣସି ପ୍ରାବଧାନ ନାହିଁ ।