ନୂଆ ବର୍ଷରେ ଇସ୍ରୋର ନୂଆ ଅଭିଯାନ

ଉତକ୍ଷେପଣ ହେଲା ଇସ୍ରୋର ପ୍ରଥମ ସାଇଂଟିଫିକ୍ ସାଟେଲାଇଟ୍ ଏକ୍ସପୋସାଟ

ନୂଆ ବର୍ଷରେ ଇସ୍ରୋର ନୂଆ ଅଭିଯାନ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଇସ୍ରୋର ପ୍ରଥମ ସାଇଂଟିଫିକ୍ ସାଟେଲାଇଟ୍ ଏକ୍ସପୋସାଟ। ୨୦୨୪ର ପ୍ରଥମ ଦିନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆରମ୍ଭ କରିଛି ନୂଆ ଅଭିଯାନ । ଆଜି ସକାଳ ୯ଟା ୧୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ୍ ସେଂଟରରୁ ଦେଶର ପ୍ରଥମ ସାଇଂଟିଫିକ ସାଟେଲାଇଟ୍ – ଏକ୍ସପୋସାଟର ସଫଳ ଉତକ୍ଷେପଣ ହୋଇଛି । ଏକ୍ସପୋସାଟ୍ ବା ଏକ୍ସରେ ପୋଲାରିମିଟର ସାଟେଲାଇଟ୍ । ଭାରତୀୟ ବୈଜ୍ଞାନିକମାନେ ପ୍ରଥମ କରି ଏହି ଅଭିଯାନ ଆରମ୍ଭ କରିଛନ୍ତି । ପିଏସ୍ଏଲଭି-ସି ୫୮ ରକେଟ୍ ଜରିଆରେ ଏକ୍ସପୋସାଟ୍ର ଉତକ୍ଷେପଣ ହୋଇଥିବାବେଳେ ଏହା ପୃଥିବୀର ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଛି । ଯଦି ଭାରତର ଏହି ମିଶନ ସଫଳ ହୁଏ, ତାହେଲେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତ ନକ୍ଷତ୍ରଙ୍କ ସମ୍ପର୍କରେ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ ସ୍ଥାପନର କରିବାରେ ସଫଳ ହେବ । ଇସ୍ରୋ ଏହି ମିଶନ୍ ପାଇଁ ୨୦୧୭ ମସିହାରୁ ପ୍ରସ୍ତୁତି ଆରମ୍ଭ କରିଥିଲା । ଦୀର୍ଘ ବର୍ଷର ପରିଶ୍ରମ ପରେ ଆଜି ସଫଳତାର ସହ ଏକ୍ସପୋସାଟକୁ ଉତକ୍ଷେପଣ କରିଛି ଇସ୍ରୋ । ଏହି ସାଟେଲାଇଟ୍ ମହାକାଶରେ ୫ ବର୍ଷ ଧରି ମହାକାଶର ଅନେକ ରହସ୍ୟ ଉନ୍ମୋଚନ କରିବ ।