ଘର ଦୁଆରେ ଶୁଭିବ ଜୟ ଜଗନ୍ନାଥ

ଗାଁ ଗାଁରେ ବୁଲିବ ଶ୍ରୀଜଗନ୍ନାଥ ପ୍ରଚାର ରଥ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସବୁଆଡେ ଯେମିତି ଜଗନ୍ନାଥ ମୟ। ଏହି ମହୋତ୍ସବରେ ପ୍ରତ୍ୟେକ ଓଡିଅଙ୍କ ସହଯୋଗ ଓ ସମ୍ପୃକ୍ତି ରହିବ, ସେଥିପାଇଁ ବଡ ଧରଣର ଆୟୋଜନ କରିଛନ୍ତି ରାଜ୍ୟସରକାର । ଏଥିପାଇଁ ରାଜ୍ୟ କ୍ୟାବିନେଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଜାନୁଆରୀ ୫ରୁ ୩୧୪ ବ୍ଲକର ସବୁ ପଂଚାୟତରେ ଶ୍ରୀଜଗନ୍ନାଥ ପ୍ରଚାର ରଥ ବୁଲିବ। ମୋବାଇଲ ରଥରେ ମହାପ୍ରଭୁଙ୍କ ଭଜନ ଓ ଜଣାଣ ବାଜିବ। ସଂକୀର୍ତ୍ତନ ମଣ୍ଡଳୀ ରଥ ଆଗରେ ସାହି ସାହି ବୁଲି କୀର୍ତ୍ତନ କରିବେ। ପଂଚାୟତିରାଜ ବିଭାଗର ପ୍ରତିନିଧି ଓ କର୍ମଚାରୀ ଘର ଘର ବୁଲି ଗୁଆ ଚାଉଳ ସଂଗ୍ରହ କରିବେ। ସଂଗ୍ରହ ହୋଇଥିବା ଗୁଆ ଚାଉଳକୁ ପୁରୀ ଅଣାଯିବ। ଲୋକାର୍ପଣ ଉତ୍ସବକୁ ରାଜ୍ୟବାସୀ ଯେମିତି ଦେଖିପାରିବେ, ସେଥିପାଇଁ ପଂଚାୟତ ସ୍ତରରେ ଏଲଇଡି ଟିଭି ଲଗାଯାଇ ସିଧା ପ୍ରସାରଣ କରାଯିବ। ଏଥିସହ ପ୍ରତି ପଂଚାଚୟତରୁ କିଛି ଲୋକଙ୍କୁ ୧୭ତାରିଖରେ ପୁରୀ ଯିବାକୁ ସୁଯୋଗ ମିଳିବ । ସେମାନଙ୍କୁ ପୁରୀ ନେଇ ପରିକ୍ରମା ପ୍ରକଳ୍ପ ଦର୍ଶନ କରିବାର ବ୍ୟବସ୍ଥା କରାଯିବ । ପରିକ୍ରମା ପ୍ରକଳ୍ପ ସହ ରାଜ୍ୟର ପ୍ରତି ଓଡିଆଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଜଗନ୍ନାଥ ପ୍ରେମୀ ।