ରାତି ପାହିଲେ ନୂଆବର୍ଷ

ନୂଆବର୍ଷରେ ପାଦ ଦେଇଛି ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ

ରାତି ପାହିଲେ ନୂଆବର୍ଷ । ଇଂରାଜୀ ନବବର୍ଷକୁ ଆଗମନ ପାଇଁ ସାରା ବିଶ୍ୱ ଉତ୍ସବମୁଖର । ଏହାରି ଭିତରେ ନୂଆବର୍ଷରେ ପାଦ ଦେଇଛି ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ । ନ୍ୟୁଜିଲ୍ୟାଣ୍ଡର ଅକଲାଣ୍ଡରେ ପ୍ରଥମ ନୂଆବର୍ଷ ପାଳନ କରାଯାଇଛି । ଆତସବାଜି ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ଭାରତୀୟ ସମୟ ଅନୁସାରେ, ଅପରାହ୍ଣ ସାଢ଼େ ୪ଟା ବେଳେ ନ୍ୟୁଜିଲ୍ୟାଣ୍ଡରେ ନୂଆବର୍ଷ ଆରମ୍ଭ ହୋଇଛି । ଏହା ପରେ ପଡ଼ୋଶୀ ଦେଶ ଅଷ୍ଟ୍ରେଲିଆର ସିଡ୍ନୀରେ ନୂଆ ବର୍ଷକୁ ଧୁମଧାମରେ ପାଳନ କରାଯାଇଛି । ଅଷ୍ଟ୍ରେଲିଆରେ ଭାରତୀୟ ସମୟ ଅନୁସାରେ, ସନ୍ଧ୍ୟା ସାଢ଼େ ୬ଟା ବେଳେ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ସେପଟେ ଭାରତରେ ମଧ୍ୟ ନୂଆବର୍ଷକୁ ସ୍ୱାଗତ ପାଇଁ କାଉଂଟଡାଉନ୍ ଆରମ୍ଭ ହୋଇଯାଇଛି । କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠି ନୂଆବର୍ଷର ଆଗମନ ପାଇଁ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ସେହିପରି ୨୦୨୩ର ଶେଷ ଦିନକୁ ସ୍ମରଣୀୟ କରିବା ପାଇଁ ଓଡ଼ିଶାରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ବର୍ଷର ଶେଷ ଦିନରେ ବିଭିନ୍ନ ସ୍ଥାନରେ ଜମୁଛି ପିକନିକ । ସବୁ ପର୍ଯ୍ୟଟନସ୍ଥଳରେ ନାହିଁ ନଥିବା ଭିଡ଼ ।