ପରଲୋକରେ ଅଭିନେତା ତଥା DMDK ପାର୍ଟିର ମୁଖ୍ୟ ବିଜୟକାନ୍ତ

କରୋନା ସହ ଯୁଦ୍ଧରେ ହାରିଗଲେ ବିଜୟକାନ୍ତ

ପରଲୋକରେ ଅଭିନେତା ତଥା DMDK ପାର୍ଟିର ମୁଖ୍ୟ ବିଜୟକାନ୍ତ । ସେ କରୋନା ସଂକ୍ରମିତ ଥିବାବେଳେ ମେଡିକାଲରେ ଚିକିତ୍ସିତ ହେଉଥିଲେ । ନିକଟରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିଲେ । ସେ ନିଶ୍ବାସ ନେବାରେ ଅସୁବିଧା ହେଉଥିବାବେଳେ ଭେଣ୍ଟିଲେଟର ଲଗାଯାଇଥିଲା । ନଭେମ୍ବର ୨୦ ତାରିଖରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଥିଲା କି, ସେ ସୁସ୍ଥ ଅଛନ୍ତି ଶୀଘ୍ର ଘରକୁ ଫେରିବେ । ମାତ୍ର ଗୁରୁବାର ଏଭଳି ଖବର ସାମନାକୁ ଆସିଛି । ଯାହାକୁ ନେଇ ସାରା କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଖବର ପାଇଥିବାବେଳେ ବହୁ ରାଜନେତା ଏବଂ ଅଭିନେତାମାନେ ଟୁଇଟ କରି ଶୋକସନ୍ତପ ପରିବାରକୁ ସାନ୍ତ୍ବନା ଦେବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ବିଜୟକାନ୍ତ ଜଣେ ଜଣାଶୁଣା ସାଉଥ ଅଭିନେତା ଥିବାବେଳେ ତାଙ୍କର ଅନେକ ହିଟ୍ ଫିଲ୍ମ ରହିଛି । ୧୫୪ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଏହାପରେ ରାଜନୀତିରେ ପ୍ରବେଶ କରି ଅନେକ ସଫଳତା ମଧ୍ୟ ହାସଲ କରିଛନ୍ତି । DMDK ପାର୍ଟି ଗଠନ କରି ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ରାଜନୀତିରେ ଛିଡ଼ା କରିଛନ୍ତି । ସେ ୨୦୧୧ର ୧୬ ତାମିଲନାଡ଼ୁ ବିଧାନସଭାରେ ବିରୋଧୀ ଦଳ ନେତାଭାବେ କାର୍ଯ୍ୟ ତୁଲାଇଛନ୍ତି । ନିକଟରେ ଅସୁସ୍ଥ ହୋଇଥିବାବେଳେ ବାରମ୍ବାର ମେଡିକାଲ ମଧ୍ୟ ଯିବାକୁ ପଡ଼ିଥିଲା ।