ରାଜ୍ୟରେ କମୁଛି ଶୀତର ଲହରୀ

୧୦ଡିଗ୍ରୀ ତଳେ ୪ ସହର

ଥଣ୍ଡାରୁ ମିଳିଛି ଆସ୍ୱସ୍ଥି । କିଛି ଦିନ ହାଡଭଙ୍ଗା ଶୀତ ପରେ ରାଜ୍ୟରେ କମିଛି ଶୀତର ଲହରୀ । ଗତ କିଛି ଦିନ ଲୋକେ ଥଣ୍ଡାରେ ଥରିବା ପରେ ଏବେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ୧୦ଡିଗ୍ରୀ ତଳେ ୪ସହର ରହିଛି । କୋରାପୁଟ ୭.୪, ଜି. ଉଦୟଗିରି ୭.୮, ଦାରିଙ୍ଗବାଡି ୯.୫, ସେମିଳିଗୁଡା ୯.୬, ଫୁଲବାଣୀ ୧୦.୫, କିରେଇ ୧୦.୭ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଭବାନୀପାଟଣା ଓ ନବରଙ୍ଗ ପୁରରେ ୧୧ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ବୌଦ୍ଧ ଓ ନୂଆପଡାରେ ରାତିର ତାପମାତ୍ରା ୧୨ଡିଗ୍ରୀ ରେକର୍ଡ ହୋଇଛି ।