ଜମିବ ଜିରୋ ନାଇଟ୍‌ ସେଲିବ୍ରେସନ୍‌

ରାତି ସାଢ଼େ ୧୨ ଯାଏ ବାର୍‌ ଓ ହୋଟେଲ୍‌ ଖୋଲା

ନୂଆବର୍ଷ ସେଲିବ୍ରେସନ୍‌ ପୂର୍ବରୁ କମିଶନରେଟ୍‌ ପୋଲିସ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି । ରାଜଧାନୀର ବାର୍ ଓ ହୋଟେଲଗୁଡ଼ିକରେ କିପରି ନୂଆ ବର୍ଷ ସେଲିବ୍ରେସନ କରାଯିବ, ତାର ଗାଇଡଲାଇନ ଜାରି କରିଛି କମିଶନରେଟ ପୋଲିସ । ଆଜି ହୋଟେଲ ଓ ବାର୍ ମାଲିକମାନଙ୍କ ସହିତ ଏ ସଂପର୍କରେ ଆଲୋଚନା ହୋଇଥିଲା । ଡିସିପିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକ ପରେ କେତେକ ଗାଇଡଲାଇନ ଜାରି କରିଛି ପୋଲିସ । ସେଗୁଡ଼ିକ ମଧ୍ୟରେ ରହିଛି-ରାତି ସାଢ଼େ ୧୨ଟା ଯାଏ ହୋଟେଲ ଓ ବାର୍ ଖୋଲିପାରିବ । ଯିଏ ୧ଟା ୩୦ ଯାଏ ଖୋଲିବାକୁ ଚାହିଁବ, ସେଥିପାଇଁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିବ । ପାର୍କିଂ ପାଇଁ ସ୍ୱତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା କରିବାକୁ ପଡ଼ିବ । ଗ୍ରାହକ ଯେପରି ଅଧିକ ମଦ୍ୟପାନ ନ କରନ୍ତି, ସେଥିପ୍ରତି ବାର୍ ଓ ହୋଟେଲ କର୍ତ୍ତୃପକ୍ଷ ଧ୍ୟାନ ଦେବେ ।