ଫାରୁକ ଅବଦୁଲ୍ଲାଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା

‘ଜାମ୍ମୁ-କାଶ୍ମୀରର ହେବ ଗାଜା ପରିସ୍ଥିତି’

ଫାରୁକ ଅବଦୁଲ୍ଲାଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା । ପୁଂଛରେ ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲା ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ନ ହୁଏ ତେବେ ଜାମ୍ମୁ-କାଶ୍ମୀରର ପରିସ୍ଥିତି ଗାଜା ଭଳି ହୋଇପାରେ । ଯଦି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ନ କରାଯାଏ ତେବେ ଏଠିକାର ସ୍ଥିତି ଗାଜା ଭଳି ହୋଇପାରେ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଫାରୁକ ଅବଦୁଲ୍ଲା କହିଛନ୍ତି କି ଭାରତ ଓ ପାକିସ୍ତାନ ମଧ୍ୟରେ ଜାମ୍ମୁ-କାଶ୍ମୀରକୁ ନେଇ ଥିବା ବିବାଦ ଆଲୋଚନା ମାଧ୍ୟମରେ ସମାଧାନ ହେବା ଆବଶ୍ୟକ । ନହେଲେ କାଶ୍ମୀରର ସ୍ଥିତି ଗାଜା ଓ ପାଲେଷ୍ଟାଇନ ଭଳି ହୋଇପାରେ । ସେ ଗତ ସପ୍ତାହରେ ପୁଂଛ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଏଭଳି ବୟାନ ଦେଇଛନ୍ତି । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ଉକ୍ତିକୁ ଉଦ୍ଧୃତ କରି କହିଛନ୍ତି ଯେ, ବାଜପେୟୀ କହିଥିଲେ ଆମେ ବନ୍ଧୁ ବଦଳାଇପାରିବା ହେଲେ ପଡୋଶୀ ବଦଳାଇପାରିବା ନାହିଁ । ଯଦି ପଡୋଶୀଙ୍କ ସହ ଭଲ ସଂପର୍କ ରହିବ ତେବେ ଉଭୟ ଦେଶର ବିକାଶ ହେବ । ଯଦି ଶତ୍ରୁତା ବଢିବ ତେବେ ଉଭୟ ଦେଶର ବିନାଶ ହେବ ।