“ମୁଁ ବି ସନ୍ୟାସ ନେଉଛି, କୁସ୍ତିସଂଘ ସହ ମୋର କିଛି ସମ୍ପର୍କ ନାହିଁ”

ମୁଁ କୁସ୍ତିସଂଘରୁ ସନ୍ୟାସ ନେଉଛି: ବ୍ରିଜଭୂଷଣ

ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ବ୍ରିଜଭୂଷଣ ଶରଣ ସିଂ । ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କୁସ୍ତିସଂଘରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି କି, ମୁଁ କୁସ୍ତିସଂଘରୁ ସନ୍ନ୍ୟାସ ନେଇସାରିଛି , ଏବେ ସରକାରଙ୍କ ନିଷ୍ପତ୍ତି ଉପରେ ଯାହା କହିବାର ଅଛି ତାହା ନୂଆ ସଂଘ କରିବ । ମୋର କୁସ୍ତିସଂଘ ସହ କୌଣସି ନେଣଦେଣ ନାହିଁ , ମୁଁ ସାଂସଦ ଅଛି, ଏବେ ମୁଁ ମୋ କାମ ଉପରେ ଫୋକସ କରିବି ବୋଲି ସେ କହିଛନ୍ତି । ସଂଜୟ ସିଂ WFI ଅଧ୍ୟକ୍ଷ ହେବା ପରେ ବିବାଦ ବଢିବାରେ ଲାଗିଛି । ଜଣେ ଜଣେ କୁସ୍ତିଯୋଦ୍ଧା ସଂଜୟ ସିଂଙ୍କୁ ବିରୋଧ କରୁଛନ୍ତି । ସାକ୍ଷୀ ମଲ୍ଲିକ କୁସ୍ତିରୁ ସନ୍ୟାସ ନେବାକୁ ଘୋଷଣା କରିଛନ୍ତି, ପୁଣି ବଜରଙ୍ଗ ପୁନିଆ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଛନ୍ତି । ଏସବୁ ପରେ କେନ୍ଦ୍ର ସରକାର କୁସ୍ତିସଂଘକୁ ନିଲମ୍ବନ କରିଛି ।