ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ମୁଖ୍ୟ ଯୋଗାଣ ଅଧିକାରୀ

ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ ରେଡ କରୁଛି ଭିଜିଲାନ୍ସ । ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ାଉ ଚାଲିଛି । ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ବେଳେ ସୁନାଅଳଙ୍କାର ମଧ୍ୟ ଜବତ କରାଯାଇଛି। ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ପାଣ୍ଡରା ସ୍ଥିତ ପ୍ଲଟ ନମ୍ବର ୧୪୮୫, ତିନି ମହଲା ଘର, ବ୍ରହ୍ମପୁର ନୀଳାଚଳ ହାଇଟ ସ୍ଥିତ ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁର ସ୍ଥିତ ବିଲ୍ଡିଂ, ଲକ୍ଷ୍ମୀସାଗରରେ ଥିବା ଆପାର୍ଟମେଣ୍ଟ, ଅଫିସ, ବ୍ରହ୍ମପୁର ବୈଦନାଥପୁର ସ୍ଥିତ ପୈତୃକ ଘର, ଭୁବନେଶ୍ୱର ୟୁନିଟ ୩ ସ୍ଥିତ ବାସଭବନରେ ଚାଲିଛି ରେଡ଼ ।