ଶୀତରେ ଥରୁଛି ସାରା ଓଡ଼ିଶା

୧୦ ଡିଗ୍ରୀ ତଳେ ୧୪ ସହରର ତାପମାତ୍ରା

ଶୀତରେ ଥରୁଛି ସାରା ଓଡ଼ିଶା । ସବୁଠି ତଳମୁହାଁ ପାରଦ । ୧୦ ଡିଗ୍ରୀ ତଳେ ୧୪ ସହରର ତାପମାତ୍ରା। ଜି. ଉଦୟଗିରିରେ ଚଳିତ ବର୍ଷର ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି । ଜି. ଉଦୟଗିରିରେ ୪ଡିଗ୍ରୀ, ଫୁଲବାଣୀରେ ୬.୫ ଡିଗ୍ରୀ ଓ ଦାରିଙ୍ଗବାଡିରେ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଟ୍ୱିନସିଟିର ବି ପାରଦ ଖସିବାରେ ଲାଗିଛି । କଟକରେ ୧୨.୩ ଡିଗ୍ରୀ ଓ ଭୁବନେଶ୍ୱରରେ ୧୩.୮ ଡିଗ୍ରୀ ରହିଛି ପାରଦ । ଥଣ୍ଡାରେ ଫୁଲବାଣୀ ସହର ଅଧିକ ପ୍ରଭାବିତ ହୋଇଛି । ଦାରିଙ୍ଗବାଡିଠାରୁ ଜି.ଉଦୟଗିରି ଓ ଫୁଲବାଣୀ ସହରରେ ଅଧିକ ଶୀତ ଅନୁଭୁତ ହେଉଛି । ସକାଳୁଆ ଥଣ୍ଡା ଏବଂ ଘନ କୁହୁଡି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଘନ କୁହୁଡି ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଲାଗିରହୁଛି । କୁହୁଡି ଯୋଗୁଁ ଲୋକଙ୍କୁ ଗାଡି ଚଳାଚଳରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।