କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ପୁଣି କରୋନା ସଂକ୍ରମଣ ବୃଦ୍ଧି, ଜଣଙ୍କ ମୃତ୍ୟୁ

ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ଭାରତ ପାଇଁ ମଧ୍ୟ ଚିନ୍ତା ବଢ଼ାଇଛି । କର୍ଣ୍ଣାଟକର ବେଙ୍ଗାଲୁରୁରେ କରୋନା ସଂକ୍ରମଣ ପାଇଁ ଜଣକର ମୃତ୍ୟୁ ହୋଇଛି । କରୋନା ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛି । ତେବେ କରୋନାରେ ମୃତ୍ୟୁ ନେଇ ସରକାରୀ ଭାବେ କିଛି ସ୍ପଷ୍ଟ ହୋଇନି । କେବଳ ଭାରତରେ ନୁହେଁ, ବିଭିନ୍ନ ଦେଶରେ ଏବେ କରୋନା କାୟା ମେଲାଇବା ଆରମ୍ଭ କରିଛି । ଭାରତରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୋଆ ଓ କେରଳରେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସବୁଠାରୁ ଅଧିକ ସଂକ୍ରମିତ କେରଳରେ ଦେଖିବାକୁ ମିଳିଛି । କେରଳରେ ଚିହ୍ନଟ ହୋଇଥିବା କରୋନାରେ ଏହି JN.1 ସବ୍‌ ଭ୍ୟାରିଆଣ୍ଟ ଭାରତ ବାହାରେ ଖୁବ୍‌ କ୍ଷୀପ୍ର ବେଗରେ ମାଡ଼ିବାରେ ଲାଗିଛି । ଆମ ଦେଶକୁ ଏବେ ସୁଦ୍ଧା ବିପଦ ଆସିନାହିଁ କିନ୍ତୁ ଆମକୁ ଏବେଠାରୁ ସତର୍କ ରହିବାକୁ ପଡ଼ିବ ବୋଲି କୁହାଯାଇଛି । ଏହି JN.1 ଭାରିଆଣ୍ଟ ସଂକ୍ରମିତ ମାମଲା ପ୍ରଥମେ ଚଳିତ ବର୍ଷ ସେପ୍ଟେମ୍ବରରେ ଆମେରିକାକୁ ଆସିଥିଲା । ରିପୋର୍ଟ ଅନୁଯାୟୀ, ଡିସେମ୍ବର ୧୫ ରେ ଚାଇନାରେ ଏହି ସବଭାରିଆଣ୍ଟର ସାତଟି ମାମଲା ଦେଖିବାକୁ ମିଳିଥିଲା ।