ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଅସମ୍ମାନ

ସଂସଦ ଭବନ ଆଗରେ ଉପରାଷ୍ଟ୍ରପତିଙ୍କ ମିମିକ୍ରି

ସଂସଦ ଭବନ ଆଗରେ ଉପରାଷ୍ଟ୍ରପତିଙ୍କ ମିମିକି୍ର । ଜଗଦୀପ ଧନଖଡଙ୍କୁ ଅସମ୍ମାନ । ସଂସଦରୁ ନିଲମ୍ବିତ ହେବା ପରେ ସଂସଦ ଭବନ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ ବିରୋଧୀ ସାଂସଦ । ବିରୋଧ ପ୍ରଦର୍ଶନ ସମୟରେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ଜଗଦୀପ ଧନଖଡଙ୍କୁ ବିଦ୍ରୁପ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟସଭାରେ ଗୃହର ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ଭଳି କଲ୍ୟାଣ ବାନାର୍ଜୀ ଅଭିନୟ କରିଥିଲେ। ଏହି ସମୟର କଂଗ୍ରେସ ନେତା ରାହୁଲ ଗାନ୍ଧି ଏଭଳି ଆଚରଣକୁ ନିନ୍ଦା କରିବା ପରିବର୍ତ୍ତେ ତାର ଭିଡିଓ କରିଥିଲେ । ଏହି ଘଟଣାକୁ ନେଇ ଜଗଦୀପ ଧନଖଡ ନା ନନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ ସୁଟିଂ କରୁଥିବା ଭିଡିଓକୁ ନେଇ ତାଙ୍କୁ ସମାଲୋଚନା କରିଛି ବିଜେପି ।