ବିଜେପିରୁ ଲଢିବେ ଅଭିନେତ୍ରୀ କଙ୍ଗନା !

କଣ୍ଟ୍ରୋଭର୍ସି କ୍ବିନ୍ କଙ୍ଗନା ଲଢିବେ ୨୦୨୪ ନିର୍ବାଚନ

କନଟ୍ରୋଭର୍ସି କ୍ବିନ୍ କଙ୍ଗନା ରଣାଓ୍ବତଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଆଗାମୀ ୨୦୨୪ ନିର୍ବାଚନ ଲଢ଼ିବେ । ଏନେଇ କଙ୍ଗନାଙ୍କ ବାପା ସୂଚନା ଦେଇଛନ୍ତି । କିନ୍ତୁ ସେ କେଉଁଠୁ ଲଢ଼ିବ ତାହା ସ୍ପଷ୍ଟ ହୋଇନାହିଁ । ମାତ୍ର ସେ ବିଜେପି ଆସନରୁ ଲଢ଼ିବ ବୋଲି କହିଛନ୍ତି । କେନ୍ଦ୍ରୀୟ ନେତୃମଣ୍ଡଳୀ ଯେଉଁ ଆସନରେ ଟିକେଟ ଦେବେ ସେଠାରୁ ଲଢ଼ିବ ବୋଲି କହିଛନ୍ତି ଅମରଦୀପ । ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପିନଡ୍ଡାଙ୍କୁ ଭେଟିଥିଲେ କଙ୍ଗନା । ଯେଉଁ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ କଙ୍ଗନା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । ଆଜି ଏହି ଚର୍ଚ୍ଚା ଉପରେ ଏକପ୍ରକାର ପରଦା ହଟିଛି । ସେପଟେ ଗତ ସପ୍ତାହରେ ହିମାଚଳ ପ୍ରବେଶର ବିଳାସପୁରରେ RSSର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମନାଲୀରେ କଙ୍ଗନା ରହୁଥିବାବେଳେ ମାଣ୍ଡିର ମୂଳ ବାସିନ୍ଦା । ତେବେ ସେ ଏଠାରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏଯାବତ କଙ୍ଗନାଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପୂର୍ବରୁ ଅନେକଥର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥିବା କଙ୍ଗନା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା ।