ଚୀନରେ ଭୟଙ୍କର ଭୂମିକମ୍ପ

ଭୂକମ୍ପରେ ୧୧୧ ଜଣଙ୍କ ମୃତ୍ୟୁ

ଚୀନରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ତିବ୍ରତା ୬ .୨ । ଏବେ ସୁଦ୍ଧା ୧୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ରହିଛି । ଭୂକମ୍ପ ଯୋଗୁଁ ହୋଇଛି ଆଗ୍ନେୟ ଉଦଗିରଣ । ବଡ ବଡ କୋଠା ଭୁଶୁଡି ପଡିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । ଉତ୍ତର-ପଶ୍ଚିମ ଚୀନର ଗାନ୍ସୁ-କିଙ୍ଗହାଇ ପ୍ରଦେଶରେ ଭୂମିକମ୍ପ ହୋଇଛି । ବେଜିଂ ରାଜଧାନୀଠାରୁ ପ୍ରାୟ ୧୪୫୦ କିଲୋମିଟର ଦକ୍ଷିଣ-ପଶ୍ଚିମଦିଗରେ ଅବସ୍ଥିତ ପ୍ରାଦେଶିକ ରାଜଧାନୀ ଗାନ୍ସୁରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।