ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି

ଝାଡ଼ାବାନ୍ତିରେ ଗଲାଣି ୬ ଜୀବନ

ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି। ଏବେ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୯୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୩୪୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୧୪୫ ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଗତକାଲି ସନ୍ଧ୍ୟା ସୁଦ୍ଧା ୧୬୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ୨୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ଗୋଟେ ସ୍ଥାନରୁ ନୁହେଁ ୧୨ ରୁ ୧୪ ଟି ୱାର୍ଡରୁ ଝାଡ଼ାବାନ୍ତି କେସ୍ ଆସୁଛି । ସେଥିପାଇଁ ୬ ଟି ରାପିଡ୍ ରେସପନ୍ସ ଟିଢ଼ୋ‌ ନିୟୋଜିତ ହୋଇଛନ୍ତି । ସୁନ୍ଦରଗଡ଼ ମେଡିକାଲ କଲେଜରୁ ୪ ଜଣ ଫ୍ୟାକଲଟି ନିୟୋଜିତ କରାଯାଇଛି । ସିଡିଏମଓଙ୍କ ତରଫରୁ ୪ ଜଣ ଜୁନିୟର ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ୧୨ ଜଣ ଷ୍ଟାଫ୍ ନର୍ସଙ୍କୁ ସେଠାକୁ ପଠାଯାଇଛି । ଦୁଇ ଜଣ ଟେକ୍ନିସିଆନଙ୍କୁ ପଠା ଯାଉଛି । ଆବଶ୍ୟକୀୟ ଔଷଧ ସରଞ୍ଜାମ ମହଜୁଦ ଅଛି। ଜିଲ୍ଲାପାଳ ମଧ୍ୟ ସ୍ଥିତି ସମୀକ୍ଷା କରିଛନ୍ତି । ପାଣି ପାଇଁ ଏମିତି ଝାଡା ବାନ୍ତି ବ୍ୟାପିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଡାକ୍ତରଖାନା ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।