ଦିଲ୍ଲୀ ଯିବେ ବିଜେପି ବିଧାୟକ

ହାଇକମାଣ୍ଡଙ୍କୁ ଭେଟିବେ ୨୨ ବିଜେପି ବିଧାୟକ

ଦିଲ୍ଲୀ ଯିବେ ବିଜେପି ବିଧାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବା ପୂର୍ବରୁ ଦିଲ୍ଲୀ ଯିବେ ଓଡ଼ିଶାର ୨୨ ବିଜେପି ବିଧାୟକ । ଓଡ଼ିଶା ବିଜେପିର ପୁରା ଟିମକୁ ଦିଲ୍ଲୀରୁ ଡାକରା ଆସିଛି । କିଛି ଦିନ ତଳେ ରାଜ୍ୟ ସଭାପତି ମନମୋହନ ସାମଲ ଯାଇ ଭେଟିଥିଲେ ହାଇକମାଣ୍ଡଙ୍କୁ । ଏଥର ମନମୋହନ ଯିବେ, ପଦାଧିକାରୀ ଯିବେ ତା ସହ ଓଡ଼ିଶା ବିଜେପିର ସବୁ ସାଂସଦ ଓ ବିଧାୟକ ବି ଯିବେ । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟିବେ । ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ। ଏହାରି ଭିତରେ ଦଳର ହାଇକମାଣ୍ଡଙ୍କୁ ବିଜେପି ବିଧାୟକ, ସାଂସଦ ଭେଟିବା ରାଜନୈତିକ ମାହୋଲକୁ ସରଗରମ କରିଛି । ବରିଷ୍ଠ ବିଧାୟକ ପ୍ରଦୀପ୍ତ ନାୟକଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ କେନ୍ଦ୍ରୀୟ ଯୋଜନା ହଡ଼ପ ଅଭିଯୋଗ ଓ ଦୀର୍ଘ ଦିନ ଧରି ବିଜେପି-ବିଜେଡି ସମ୍ପର୍କକୁ ନେଇ ହେଉଥିବା ଚର୍ଚ୍ଚାକୁ ବିସ୍ତୁତ ଭାବେ ଆଲୋଚନା ହେବ ।