ପୁଣି ଚିନ୍ତା ବଢ଼ାଇଲା କରୋନା

ଲେଉଟିଲା କରୋନା, କେରଳରୁ ନୂଆ ଭାରିଆଣ୍ଟ ଚିହ୍ନଟ

ପୁଣି ଚିନ୍ତା ବଢ଼ାଇଲା କରୋନା । କେରଳରେ ବ୍ୟାପୁଛି ଏହି ନୂଆ ଭାରିଆଣ୍ଟ ଯାହାର ନାଁ ଜେଏନ୍-ୱାନ୍ । ଓମିକ୍ରନର ଏହି ସବ୍-ଭାରିଆଣ୍ଟରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି । ମାତ୍ର ଗୋଟିଏ ମାସ ଭିତରେ କେରଳରେ ୩୩ରୁ ୭୬୮ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । କିଛି ମାସ ମଧ୍ୟରେ ଏସିଆର ସିଙ୍ଗାପୁର, ମାଲେସିଆ, ଇଣ୍ଡୋନେସିଆରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । କେରଳ ସରକାର ଏହା ଉପରେ ନଜର ରଖିଥିବା ବେଳେ କିଛି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ କଟକଣା ଲଗାଇପାରନ୍ତି । ତେବେ ଏବେ ସ୍ଥିତି ନିୟନ୍ତ୍ରଣ ରହିଛି । ଜେଏନ୍-ୱାନ୍ ସବ୍-ଭାରିଆଣ୍ଟ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ଜ୍ୱର, କାଶ, କ୍ଲାନ୍ତ, ନାକରୁ ପାଣି ବାହାରିକା, ନାକ ଚୋକ୍ ହେବା, ଡାଇରିଆ ଏବଂ ମୁଣ୍ଡବ୍ୟଥା ଭଳି ଲକ୍ଷଣ ଦେଖାଦେଉଛି । ତେବେ ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଏବେ ଚିନ୍ତାଜନକ ସ୍ଥିତି ନାହିଁ । ସଂଖ୍ୟା ବଢ଼ିଲେ, ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ତେବେ ଗୁରୁବାର ଦେଶରେ ୨୩୭ ନୂଆ କରୋନା ମାମଲା ଚିହ୍ନଟ ହୋଇଥିଲା ।