ଡିସେମ୍ବର ୧୮ ରୁ କଂଗ୍ରେସର ‘ଦେଶ ପାଇଁ ଦାନ’ ଅଭିଯାନ

ଜନତାକୁ ଚାନ୍ଦା ମାଗିବ କଂଗ୍ରେସ

ଡିସେମ୍ବର ୧୮ ରୁ ‘ଦେଶ ପାଇଁ ଦାନ’ ଅଭିଯାନ କରିବ କଂଗ୍ରେସ। ଜନତାଙ୍କଠାରୁ ଚାନ୍ଦା ଆଦାୟ କରିବ । ମହାତ୍ମା ଗାନ୍ଧୀଙ୍କ ‘ତିଳକ ସ୍ୱରାଜ ପାଣ୍ଠି’ ୧୯୨୦-୨୧ରୁ ଅନୁପ୍ରେରିତ ହୋଇ ଚଳିତ ମାସ ୧୮ ତାରିଖରୁ ଏହି ଅଭିଯାନ ଆରମ୍ଭ କରିବ। କଂଗ୍ରେସ ନେତା କେସି ଭେନୁଗୋପାଳ ଏବଂ ଅଜୟ ମାକେନ ଏହି ଘୋଷଣା କରିଛନ୍ତି। ୧୯୨୦-୨୧ ମସିହାରେ ମହାତ୍ମା ଗାନ୍ଧୀଙ୍କ ଐତିହାସିକ ‘ତିଲକ ସ୍ୱରାଜ ପାଣ୍ଠି’ ଦ୍ୱାରା ଅନୁପ୍ରାଣିତ ହୋଇ ଦଳ ଏହି ପଦକ୍ଷେପ ନେଇଛି ଏବଂ ସମାନ ପାଣ୍ଠି ବଣ୍ଟନ ତଥା ସୁଯୋଗରେ ସମୃଦ୍ଧ ଭାରତ ସୃଷ୍ଟି କରିବାରେ ଆମ ଦଳକୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସମସ୍ତ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭେନୁଗୋପାଲ କହିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ଏହି ଅଭିଯାନ କରାଯିବ। ଦଳର ୧୩୮ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଦେଶର ସର୍ବ ପୁରାତନ ଦଳକୁ ଦାନ କରି ଶଶକ୍ତ କରିବାକୁ କଂଗ୍ରେସ ଆହ୍ୱାନ କରିଛି। ଏହି ଅଭିଯାନରେ ଲୋକମାନେ ୧୩୮ ଟଙ୍କା, ୧୩୮୦ ଟଙ୍କା, ୧୩,୮୦୦ ଟଙ୍କା ଦାନ କରିପାରିବେ। ଯାହା ଫଳରେ କଂଗ୍ରେସ ଦେଶର ମଙ୍ଗଳ ପାଇଁ କାର୍ଯ୍ୟ କରିପାରିବ।