ବୁଖାରୀ ଠକକୁ ଧରିଲା ଏସଟିଏଫ୍

ଯାଜପୁରରୁ ଗିରଫ ହେଲେ କାଶ୍ମୀର ସନ୍ଦିଗ୍ଧ ଯୁବକ

କ୍ରାଇମବ୍ରାଞ୍ଚ ଏସଟିଫ୍ କବଜାରେ ସନ୍ଦିଗ୍ଧ କାଶ୍ମୀର ଯୁବକ । ଦେଶ ବିରୋଧୀ ତତ୍ତ୍ୱ, ଠକେଇ, ଜାଲିଆତି ଏବଂ ଛଦ୍ମବେଶୀ ଯୁବକକୁ ଯାଜପୁର ଧର୍ମଶାଳାରୁ ଗିରଫ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ତାକୁ ଏବେ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଉଛି । ଗିରଫ ଯୁବକ ସଇଦ  ଇଶାନ ବୁଖାରୀ ଓ ତା’ଘର କୁପୱାଡାରେ । ଛଦ୍ମ ପରିଚୟରେ ୨୦୧୮ରୁ ଓଡ଼ିଶାରେ ରହୁଥିଲା ଇଶାନ ବୁଖାରୀ । ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିଥିବା ସୂଚନା ରହିଛି । ତା’ର ପତ୍ନୀଙ୍କ ସଂଖ୍ୟା ୭ରୁ ଅଧିକ ବୋଲି ଜଣାପଡ଼ିଛି। କଶ୍ମୀର, ୟୁପି, ମହାରାଷ୍ଟ୍ର, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟର ଯୁବତୀଙ୍କୁ ସେ ପ୍ରେମ ବିବାହ କରିଥିଲେ । ଏହାବାଦ ବିଭିନ୍ନ ୱେବସାଇଟ୍ ଓ ଆପ୍‌ରେ ମଧ୍ୟ ସେ ଯୁବତୀଙ୍କ ସହ ସଂପର୍କ ରଖିଥିଲା । STF ଦ୍ୱାରା ଗିରଫ ଯୁବକଙ୍କୁ ନେଇ ପ୍ରେସମିଟ୍‌ରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ IG। ଏନେଇ ସେ କହିଲେ, ବୁଖାରୀ ବହୁତ ବଡ଼ ଠକ ଥିଲା, ତା’ର ଆତଙ୍କୀ ଲିଙ୍କ୍ ନେଇ ଯାଞ୍ଚ ଚାଲିଛି । ୭ ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରିବୁ । ‘କଶ୍ମୀର ଓ ପଞ୍ଜାବ ପୁଲିସ ସହ ବି ଯୋଗାଯୋଗରେ ଅଛୁ । ୨୦୧୮ରୁ ଓଡ଼ିଶାରେ ରହୁଥିଲା ବୁଖାରୀ, ନିଜକୁ ଡାକ୍ତର କହୁଥିଲା । PMO ଅଧିକାରୀ ଓ NIA ଅଧିକାରୀଙ୍କ ନିକଟତମ ବି କହୁଥିଲା ।୬/୭ ବିବାହ କରିଥିବା ସୂଚନା ମିଳିଛି, ଅଧିକ ବି କରି ଥାଇପାରେ।