ପୁଣି ତେଜିଲା ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ

ଦକ୍ଷିଣ ଗାଜା ସ୍କୁଲ ଏବଂ ରେସିଡେନ୍ସ ଏରିଆରେ ଇସ୍ରାଏଲର ରକେଟ ମାଡ

ପୁଣି ତେଜିଲା ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ । ଦକ୍ଷିଣ ଗାଜାରେ ଜାତିସଂଘ ଦ୍ୱାରା ପରିଚାଳିତ ସ୍କୁଲ ଏବଂ ରେସିଡେନ୍ସ ଏରିଆରେ ରକେଟ ମାଡ କରିଛୀ ଇସ୍ରାଏଲ । ଆକ୍ରମଣ ପାଇଁ ଟେଲିକମ୍ୟୁନିକେସନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ପାଲେଷ୍ଟାଇନ ପକ୍ଷରୁ ଯୋଗାଯାଉଥିବା ଯୋଗାଯୋଗ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଛି । ଯୋଗାଯୋଗ ବ୍ୟାହତ ଯୋଗୁଁ ରେସକ୍ୟୁ ମିଶନରେ ବାଧା ସୃଷ୍ଟି ହୋଇଛି । ଏହି ଯୁଦ୍ଧ ଆରମ୍ଭ ହେବାଠାରୁ ୧୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଇସ୍ରାଏଲର ୪୫୦ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ସେପଟେ ୬୦ ଘଣ୍ଟା ଧରି ଜେନିନରେ ଚାଲିଥିବା ଅପରେସନର ଅନ୍ତ ହୋଇଛି । ଇସ୍ରାଏଲର ଏହି ଅପରେସନରେ ୧୧ ଜଣ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁ ହୋଇଛି । ଗାଜା ଓ ଇଜିପ୍ଟ ସୀମା ନିକଟରେ ମଧ୍ୟ ଇସ୍ରାଏଲ ସେନା ଆକ୍ରମଣ କରିଛି । ଏହି ଆକ୍ରମଣରେ ଏକାଧିକ ଫଟୋ ସାମ୍ବାଦିକ ଗୁରୁତର ହୋଇଛନ୍ତି ।