ଓଡ଼ିଶାରେ ମୋଦିଙ୍କୁ ୮୦ ପ୍ରତିଶତ ଲୋକ ଗ୍ରହଣ କରନ୍ତି: ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାରେ ବିଜେପି ଜିତିବ ୧୫ ଲୋକସଭା : ଧର୍ମେନ୍ଦ୍ର ପ୍ରଧାନ

ବିଧାନସଭା ନିର୍ବାଚନରେ ବିଜେପିର ଭୋଟ୍ ପ୍ରତିଶତ ବୃଦ୍ଧି ପାଉଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି, ଓଡ଼ିଶାରେ ଅତିକମରେ ୧୫ଟି ଆସନ ଜିତିବ । ନୂଆଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ଧର୍ମେନ୍ଦ୍ର । ସେ ଆହୁରି ମଧ୍ୟ କହିଛନ୍ତି ୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ପଦ୍ମ ଦଳ ୪୫ ପ୍ରତିଶତ ଭୋଟ୍ ପାଇବ। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆପ୍ରୁଭାଲ୍ ରେଟିଂ ୮୦ ପ୍ରତିଶତରୁ ଅଧିକ ରହିଛି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶାରେ ୨୨ ପ୍ରତିଶତ ଭୋଟ୍ ପାଇବା ସହ ଗୋଟିଏ ଆସନ ପାଇଥିଲା। ତେବେ ୧୯ ଲୋକସଭା ନିର୍ବାଚନରେ ଦଳର ଭୋଟ୍ ୩୮ ପ୍ରତିଶତକୁ ବୃଦ୍ଧି ପାଇବା ସହ ଆସନ ସଂଖ୍ୟା ୮ରେ ପହଞ୍ଚିଥିଲା। ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିର ଭୋଟ୍ ପ୍ରତିଶତ ବୃଦ୍ଧି ପାଉଥିବା ଧର୍ମେନ୍ଦ୍ର କହିଛନ୍ତି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ରହିଛି । ୨୦୨୪ରେ ମୋଦି ଗ୍ୟାରେଣ୍ଟିର ସୁଫଳ ନିଶ୍ଚିତ ଓଡ଼ିଶାରେ ପ୍ରତିଫଳିତ ହେବ। ରାଜ୍ୟ ରାଜନୀତି ୟୁଟର୍ନ ନେବ ବୋଲି ବିଜେପି କହିଛି।