୩ ବର୍ଷ ହେଲା ନିଖୋଜ ଝିଅ, ଅନଶନରେ ମାଆ

ଆମରଣ ଅନଶନରେ ବସିଲେ ପିହୁର ମାଆ

3ବର୍ଷ ହେଲା ନିଖୋଜ ଅଛି କୁନି ଝିଅ । ନିଖୋଜ ଝିଅ ପାଇଁ ଅନଶନରେ ବସିଛି ମାଆ । ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିଖୋଜ କୁନି ଝିଅ ପିହୁ ମା’ଙ୍କ ଆମରଣ ଅନଶନ । ୩ ବର୍ଷରୁ ଅଧିକ ସମୟ ଧରି ନିଖୋଜ ରହିଛି କୁନି ଝିଅ ପିହୁ । ପୋଲିସ ଓ ପ୍ରଶାସନକୁ ବାରମ୍ବାର ଗୁହାରି ପରେ ବି ଏଯାଏଁ ଝିଅର ପତ୍ତା ମିଳୁନି । ବିଂଝାରପୁର ଥାନା ମଧୁସୂଦନପୁର ଗାଁର ମୋନାଲିସା ନାୟକଙ୍କ ଅଢ଼େଇ ବର୍ଷର ଝିଅ ପିହୁ ନିଖୋଜ ହୋଇଯାଇଛି । 3 ବର୍ଷ ହେଲା ନିଖୋଜ ଅଛି ଝିଅ । ଏନେଇ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ପିହୁର ପରିବାର ଲୋକ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା ପୋଲିସ । ଦୀର୍ଘ ୪ ମାସ ପରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆକ୍ସନ୍ ମୋଡ଼କୁ ଆସିଥିଲା ପୋଲିସ । କିଛି ଦିନର ତତ୍ପରତା ପରେ ପୁଣି ଚୁପ ହୋଇ ବସିପଡିଥିଲା ପୋଲିସ । ପିହୁକୁ ଖୋଜି ପାଇବାରେ ପୋଲିସ ବିଫଳ ହୋଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମରଣ ଅନଶନରେ ବସିଛନ୍ତି ପିହୁର ମା’ ।