ଶ୍ରମିକ ଓ ବିସ୍ଥାପିତଙ୍କ ଧାରଣା

ମେସ୍କୋ ବିସ୍ଥାପିତଙ୍କୁ କେବେ ମିଳିବ ନ୍ୟାୟ ?

ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଷ୍ଟିଲ କାରଖାନାର ଶ୍ରମିକ ଓ ବିସ୍ଥାପିତ ପରିବାର ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ । କଳିଙ୍ଗନଗର ଏ.ଡି.ଏମ୍ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କର୍ମଚାରୀ । ତ୍ରୁଟିପୂର୍ଣ୍ଣ ପରିଚାଳନା ଓ ଖାମଖିଆଲ ମନୋଭାବ ଯୋଗୁଁ 2019 ମସିହାରୁ କାରଖାନା ସଂପୂର୍ଣ୍ଣ ବନ୍ଦ ହୋଇରହିଛି । ଫଳରେ 500ରୁ ଉର୍ଦ୍ଧ୍ବ ଶ୍ରମିକ ବିନା ଦରମାରେ ଘରେ ବସି ରହିଛନ୍ତି । ଏବେ କିଏ ଚା ଦୋକାନ,ପାନ ଦୋକାନ କରି ପେଟ ପୋଷଛନ୍ତି ତ ଆଉ କିଏ ଗ୍ୟାରେଜ ବା ପନିପରିବା ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି । ଏହି କର୍ମଚାରୀଙ୍କୁ ତୁରନ୍ତ ଥଇଥାନ କରିବାକୁ ଦାବି କରି ବିଶାଳ ଶୋଭାଯାତ୍ରାରେ କଳିଙ୍ଗନଗରରୁ ବାହାରି ଏ.ଡି.ଏମ୍ ଅଫିସରେ ପହଞ୍ଚିଥିଲେ । ଏହି ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେପଟେ ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏଡିଏମ୍ ।