କେରଳରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ରାଜ୍ୟପାଳଙ୍କ ସଂଗୀନ ଅଭିଯୋଗ

ଗୁଣ୍ଡାଗର୍ଦ୍ଦି କରୁଛନ୍ତି ପି ବିଜୟନ: ରାଜ୍ୟପାଳ ମହମ୍ମଦ ଆରିଫ

କେରଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରାଜ୍ୟପାଳଙ୍କ ସଂଗୀନ ଅଭିଯୋଗ । ରାଜ୍ୟପାଳ ମହମ୍ମଦ ଆରିଫ ଅଭିଯୋଗ କରିଛନ୍ତି କି ତାଙ୍କୁ ମାରିବା ପାଇଁ, କ୍ଷତି ପହଁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପି ବିଜୟନ ଷଡଯନ୍ତ୍ର କରିଛନ୍ତି । ସଂଘବଦ୍ଧ ଆକ୍ରମଣ ପାଇଁ କିଛି ଲୋକଙ୍କୁ ଏଥିରେ ନିୟୋଜିତ କରାଯାଇଛି ଓ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ରାଜ୍ୟପାଳ । ଏଥିସହ ପୁଲିସ ସବୁ ଜାଣିଶୁଣି ଚୁପ ରହିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ସୋମବାର ବିମାନବନ୍ଦରକୁ ଯାଉଥିବା ସମୟରେ ଆରିଫଙ୍କୁ କଳାପତାକା ଦେଖାଇ କିଛି ପ୍ରଦର୍ଶନକାରୀ ରୋକିଥିଲେ । ଏଥିସହ ତାଙ୍କୁ କାରକେଡ ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣା ପଛରେ ଉଭୟ ରାଜ୍ୟ ସରକାର ଓ ପୋଲିସର ହାତ ଥିବା ଅଭିଯୋଗ କରିଛନ୍ତି ରାଜ୍ୟପାଳ ।