ପ୍ରଥମ ଥର ବିଧାୟକରୁ ମୁଖ୍ୟମନ୍ତ୍ରୀ
ରାଜସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ଶେଷହେଲା ସସପେନ୍ସ । ଜୟପୁରରେ ବିଜେପି ବିଧାୟକ ଦଳ ବୈଠକରେ ଭଜନଲାଲ ଶର୍ମାଙ୍କ ନାମ ଅନୁମୋଦନ ହୋଇଛି । ନିର୍ବାଚନ ଫଳାଫଳର ନଅ ଦିନ ପରେ ମୁଖ୍ୟମନ୍ତ୍ରୀ ଫାଇନାଲ କରିଛି ବିଜେପି । ଭଜନଲାଲ ଶର୍ମା ସାଙ୍ଗନୌର ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଭଜନଲାଲ ଶର୍ମା ଭରତପୁରର ବାସିନ୍ଦା। ଜଣେ ବାହାର ଲୋକ ବୋଲି ଅଭିଯୋଗ ସତ୍ତ୍ୱେ ସାନଗରରୁ ବିପୁଳ ବ୍ୟବଧାନରେ ଜିତିଥିଲେ। ଶର୍ମା କଂଗ୍ରେସର ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮୦୮୧ ଭୋଟରେ ପରାସ୍ତ କରିଛନ୍ତି। ଭଜନ ଲାଲ ଶର୍ମା ସଂଘ ପରିବାରର ନିକଟତର ବୋଲି ବିବେଚନା କରାଯାଏ। ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଆଉ ଏବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଭଜନଲାଲଙ୍କ ନାଁ ବସୁନ୍ଧରା ରାଜେ ପ୍ରସ୍ତାବ କରିଥିବା ନେଇ କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଛତିଶଗଡ଼, ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ୨ ଉପମୁଖ୍ୟମନ୍ତ୍ରୀ ରହିବେ । ୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କଲେ ରାଜନାଥ ସିଂହ । ଦୀୟା ସିଂହ ଓ ପ୍ରେମଚାନ୍ଦ ବୈରୱା ହେବେ ଉପମୁଖ୍ୟମନ୍ତ୍ରୀ । ବାସୁଦେବ ଦେବନାନୀ ବାଚସ୍ପତି ହେବେ । ରାଜସ୍ଥାନରେ ୫ ବର୍ଷର ବ୍ୟବଧାନ ପରେ ପୁଣି ସତ୍ତାକୁ ଫେରିଛି ବିଜେପି ।