ଚେନ୍ନାଇରେ ବାତ୍ୟା ପରବର୍ତ୍ତୀ ବିଭୀଷିକା

ଏବେ ବି ଜଳବନ୍ଦୀ ଚେନ୍ନାଇର ଅନେକ ଅଞ୍ଚଳ

ବାତ୍ୟା ମିଗଜୋମ ପରେ ଜଳବନ୍ଦୀ ଚେନ୍ନାଇର ଅନେକ ଅଞ୍ଚଳ । ସାମୁଦ୍ରିକ ବାତ୍ୟା ମିଗଜୋମ ପ୍ରଭାବରେ ଚେନ୍ନାଇରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ସରକାରୀ ଭାବେ ଏହି ମୃତ୍ୟୁ ହୋଇଥିବା ଜଣାପଡିଛି। ତିରୁଭଲ୍ଲୁର, କାଞ୍ଚିପୁରମ୍ ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ତେବେ ବର୍ତ୍ତମାନ ଧିରେ ଧିରେ ସ୍ଥିତିରେ ସୁଧାର ଆସୁଛି । ଚେନ୍ନାଇ ସହରରେ ବସ ଚଳାଚଳ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟା ପ୍ରଭାବିତଙ୍କୁ ୨୫ ହଜାର ଖାଦ୍ୟ ପ୍ୟାକେଟ ବଣ୍ଟାଯାଇଛି। ଏବେବି ପୂରା ଚେନ୍ନାଇ ସହରରେ ବିଦ୍ୟୁତ ସଚଳ ହୋଇନାହିଁ । ବାତ୍ୟା ପ୍ରଭାବରେ ଚେନ୍ନାଇରେ ଏବେବି ଅନେକ ଅଞ୍ଚଳରେ ପାଣି ଜମି ରହିଛି । ସ୍ଥିତିରେ ସୁଧାର ଆସିନଥିବାରୁ ଆଜି ମଧ୍ୟ ଚେନ୍ନାଇରେ ସ୍କୁଲ ଛୁଟି କରାଯାଇଛି। ଉଦ୍ଧାରକାର୍ଯ୍ୟରେ ୩ ସେନା ସହ କୋଷ୍ଟଗାର୍ଡ ମୁତୟନ ହୋଇଛନ୍ତି। ଚେନ୍ନାଇରେ ବାତ୍ୟା ପରବର୍ତ୍ତୀ ସ୍ଥିତିର ଆକାଶମାର୍ଗରୁ ସମୀକ୍ଷା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଚେନ୍ନାଇ ସମେତ ତାମିଲନାଡୁରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାରୁ କେନ୍ଦ୍ରକୁ ୫ ହଜାର ୬୦ କୋଟି ଟଙ୍କାର ସହାୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଆନ୍ଧ୍ରର ନେଲ୍ଲୋର ଏବଂ ବାପଟଲା ଜିଲ୍ଲାର କାବାଲି ମଧ୍ୟରେ ସ୍ଥଳଭାଗକୁ ଛୁଇଁଥିଲା । ବାତ୍ୟାରେ ପାଖାପାଖି ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।