ରଥଟାଣିବା ବେଳେ ଚାଲିଗଲା ଜୀବନ

ବାହୁଡ଼ାଯାତ୍ରାରେ ଭିନ୍ନ ଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ରଥଟଣା ସମୟରେ ବିଦ୍ୟୁତ୍‌ ତାର ଲାଗି ୩ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଅଞ୍ଚଳରେ ୨ ଜଣ ଏବଂ କୋରାପୁଟ ଜିଲ୍ଲା କୋଲାବନଗରରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଝୁମ୍ପୁରାର ଯୁଗଳ କିଶୋର ବାରିକ, ବରୁଣ ଗିରି ଓ କୋଲାବନଗରର ବାବୁଲା ନାୟକ । କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ କେନ୍ଦୁଆ ବାହୁଡ଼ାଯାତ୍ରା ବେଳେ ରଥରେ ୧୧ କେଭି ବିଦ୍ୟୁତ ତାର ଲାଗିଯାଇଥିଲା। ବାରିଆ ଗ୍ରାମପଞ୍ଚାୟତ ଭୁବନପସି ଗ୍ରାମର ଯୁଗଳ କିଶୋର ବାରିକ ଓ ବାରିଆ ଗାଁର ବରୁଣ ଗିରି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଡାକ୍ତର ମୃତ ଘୋଷଣା କରିଥିଲେ । ସେହିପରି କୋରାପୁଟ ଜିଲ୍ଲା କୋଲାବନଗର ବାହୁଡ଼ାଯାତ୍ରାରେ ଅଘଟଣ ଘଟିଛି। ରଥ ଟାଣିବା ସମୟରେ ବିଦ୍ୟୁତ ତାର ଲାଗି  ବାବୁଲା ନାୟକ ଗୁରୁତର ହୋଇଥିଲେ। ତାଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍‌ଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେହପରି କୋଲାବନଗରରେ ରଥର ବ୍ରେକ ଦାୟିତ୍ୱରେ ସ୍ଥାନୀୟ ଅଞ୍ଚଳର ୬ ଜଣ ଯୁବକ ରହିଥିଲେ। ରଥଟଣା ସମୟରେ ରଥର ଧ୍ୱଜାରେ ବିଦ୍ୟୁତ ତାର ଲାଗିଥିଲା।