AI ଭଏସ୍ ନା ପ୍ରକୃତ ଜାଣିବା ମୁସକିଲ

ଏଆଇକୁ ନେଇ ଅନଲାଇନ ଠକେଇ ପ୍ଲାନ୍ !

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ । ଅନଲାଇନ ଠକେଇ ପାଇଁ ଏବେ AIକୁ ସବୁଠୁ ଭଲ ବାଟ ବୋଲି ବାଛିଛନ୍ତି ସାଇବର ଠକ  । ଏହା କଣ ସତରେ ସମ୍ଭବ ? କେମିତି ରହିବେ ସୁରକ୍ଷିତ ଆପଣାନ୍ତୁ କିଛି ଟିପ୍ସ  । ସୋସିଆଲ ମିଡିଆରେ ଆପଣ ବହୁତ ସାରା ରିଲ୍ସ ଦେଖିଥିବେ ଯେଉଁଥିରେ AI ଭଏସର ବ୍ୟବହାର ହେଉଛି  । ଏହା ପ୍ରକୃତରେ ଏକ ନକଲି ସ୍ବର  । AI ସାହାଯ୍ୟରେ ନକଲି ସ୍ବର ତିଆରି କରାଯାଇଛି  । ଯେକୌଣସି ବ୍ୟକ୍ତିଙ୍କ ସ୍ବରକୁ AI ସାହାଯ୍ୟରେ ନକଲି କରାଯାଇ ପାରିବ  । ଭଏସ କ୍ଲୋନିଂ କରିବା ପାଇଁ ବହୁତ ସାରା ସଫ୍ଟୱେୟାର ଉପଲବ୍ଧ ରହିଛି  । ଯାହାର ବ୍ୟବହାର କେହିବି କରିପାରିବେ  । ଏକ ରିପୋର୍ଟ ମୁତାବକ ଅଧିକାଂଶ ଭାରତୀୟଙ୍କ ପ୍ରକୃତ ଓ AI ସ୍ବର ମଧ୍ୟରେ ପାର୍ଥକ୍ୟ ଜଣାପଡୁ ନାହିଁ  । ଯଦି ଆପଣଙ୍କୁ ସାଇବର ଠକ ସିଧାସଳଖ ଫୋନ କରନ୍ତି ତାହା ବି ଆପଣଙ୍କୁ ଜଣା ପଡିବ ନାହିଁ  । ସାଇବର ଠକଙ୍କ ଠୁ କେମିତି ନିଜକୁ ସୁରକ୍ଷିତ ରଖିବେ  । ଏଥିପାଇଁ ବହୁତ ଉପାୟ ରହିଛି  । ଯଦି ଆପଣଙ୍କ କେହି ବନ୍ଧୁ  କଲ୍‌ ମାଧ୍ୟମରେ ଟଙ୍କା ମାଗୁଛନ୍ତି ତାଙ୍କୁ ଭିଡିଓ କଲ୍‌ ପାଇଁ କୁହନ୍ତୁ  । ଆପଣ ସାଙ୍ଗେସାଙ୍ଗେ ଟଙ୍କା ଟ୍ରାନ୍ସଫର କରିବା ପରିବର୍ତ୍ତେ ଭଲଭାବେ ଯାଞ୍ଚ କରିନିଅନ୍ତୁ  । କିଛି ଟେକନିକ୍‌ ଆପଣାଇ ସାଇବର ଠକଙ୍କ ଠୁ ବର୍ତ୍ତି ପାରିବେ  ।