ତୃତୀୟ ଦିନରେ ବି ଅଚଳ ଗୃହ !

ଅପରାହ୍ନ ୪ଯାଏଁ ଗୃହ ମୁଲତବୀ

ତୃତୀୟ ଦିନରେ ଅଚଳ ଗୃହ । ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନ ହୋଇଥିବା ବେଳେ ଚାଲିପାରିଲାନି ବିଧାନସଭା ଗୃହକାର୍ଯ୍ୟ । ଆଜି ମଧ୍ୟ ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଲ ଦେଖିବାକୁ ମିଳିଥିଲା ଏହାସହ ବାଚସ୍ପତିଙ୍କ ପୋଡିୟମ ପାଖକୁ ଯାଇ ବିରୋଧୀ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ଫଳରେ ସ୍ଵାଭାବିକ ହୋଇପାରିନଥିଲା ଗୃହକାର୍ଯ୍ୟ । ଯେଉଁଥିପାଇଁ ଆଜି ମଧ୍ୟ ବାଚସ୍ପତି ଗୃହକୁ ଅପରରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି ।

ତେବେ ସୂଚନା ଅନୁସାରେ ଆଜି ଗୃହରେ  ଜଳସମ୍ପଦ, ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା, କ୍ରୀଡା ଓ ଯୁବକଲ୍ୟାଣ, ଯୋଜନା ଓ ସଂଯୋଜନ, ବାଣିଜ୍ୟ, ଇଲେକ୍ଟ୍ରୋନିକସ୍ ଓ ସୂଚନା ପ୍ରଯୁକ୍ତି, ପରିବହନ ବିଭାଗର ପ୍ରଶ୍ନକାଳ ରହିଥିଲା l ହେଲେ ବିରୋଧୀଙ୍କ ହଟଗୋଳ ନାରାବାଜି ଗୃହକାର୍ଯ୍ୟକୁ ସ୍ଵାଭାବିକ କରିପାରିନଥିଲା । ଯେଉଁଥିପାଇଁ ଅପରାହ୍ନ ୪ଯାଏଁ ଗୃହ ମୁଲତବୀ ।