ମାରି ଖାଇଲା ମହାବଳ !

ଗଜପତି ରାୟଗଡ଼ରେ ବାଘ ଆତଙ୍କ !

ପୁଣି ବାଘ ଆତଙ୍କ । ନୂଆପଡା ପରେ ଏବେ ରାୟଗଡ଼ରେ ଆତଙ୍କ ଖେଳାଇଛି ମହାବଳ । ଖାଲି ଆତଙ୍କ ଖେଳାଇନି ବରଂ ଗାଈକୁ ମାରି ଖାଇଛି ବାଘ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ କୁମୁଲୁସିଂ  ଅଁଳାବର ଗାଁ ଜଙ୍ଗଲରେ । ଯେଉଁଠି ଏକ ଗାଈକୁ ମାରି ଖାଇଛି ମହାବଳ । ଯାହାର ଫଟୋ ଟ୍ରାପ କ୍ୟାମେରାରେ କଏଦ ହୋଇଛି । ମହାବଳ ବାଘଟି ଗତ ଦୁଇ ଦିନ ହେଲା ଆନ୍ଧ୍ର ପ୍ରଦେଶର ସାରାଳି ନିକଟରେ ବୁଲୁଥିବାର ଖବର ରହିଥିଲା ।

ବର୍ତ୍ତମାନ ବାଘଟି ଦେବଗିରି ବନାଞ୍ଚଳର କୁମୁଲୁସିଙ୍ଗି ବିଟ୍‌ ଇଲାକାରେ ଚଳପ୍ରଚଳ କରୁଥିବାର ଦେଖାଯାଇଛି । ଏନେଇ ଗ୍ରାମବାସୀଙ୍କୁ ସତର୍କ କରାଇଛି ବନବିଭାଗ । ତେବେ ବାଘ ଭୟରେ ସାରା ଗାଁରେ ଖେଳିଯାଇଛି କୋକୁଆ ଭୟ । ସନ୍ଧ୍ଯା ହେଲେ ପଡୁଛି ତାଟି କବାଟ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବଡ ଅସନ୍ତୋଷ ଦେଖିବାକୁ ମିଳିଛି ।