ଜୟନାରାୟଣଙ୍କୁ ବଡ ଝଟକା !

ଜୟନାରାୟଣଙ୍କ ଆଗୁଆ ଜାମିନ ଖାରଜ !

ବିଜେପି ବିଧାୟକଙ୍କୁ ଲାଗିଲା ଜୋରସା ଝଟକା । ତେବେ ଆପଣ ଭାବୁଥିବେ ଆମେ କାହା କଥା କହୁଛୁ । ଆମେ କହୁଛୁ ବିଜେପିର ଟାଣୁଆ ନେତା ତଥା ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ କଥା । ନିଜ କାର୍ଯ୍ୟଧାରାକୁ ନେଇ ବେଶ ପରିଚିତ ଥିବା ଜୟନରୟଙ୍କ ପାଇଁ ବଢିଲା ବଡ ଅଡୁଆ । ତାଙ୍କ ଆଗୁଆ ଜାମିନ ଖାରଜ କରିଛନ୍ତି ହାଇକୋର୍ଟ। ଗତ ଫ୍ରେବୁଆରୀ ୧୫ ତାରିଖ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆନ୍ଦୋଳନବେଳେ ପୁଲିସ ସହ ବିଜେପି କର୍ମୀଙ୍କ ମୁହାଁମୁହିଁ ଘଟଣାରେ ଆଗୁଆ ଜାମିନ୍ ଦେବାକୁ ମନା କରିଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।

ମହିଳା ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଓ କର୍ତ୍ତବ୍ୟ ସମ୍ପାଦନରେ ବାଧା ଅଭିଯୋଗରେ ଧନୁପାଲି ଥାନା ଆଇଆଇସି ଅନୀତା ପ୍ରଧାନ ଏତଲା ଦେଇଥିଲେ। ସମ୍ବଲପୁର ଟାଉନ ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ଏବେ ଉକ୍ତ ମାମଲାରେ ହାଇକୋର୍ଟ ଜୟନାରାୟଣଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି। ଯାହାକୁ ନେଇ ଏବେ ହରଡଘଣାରେ ଜୟନାରାୟଣ ।