ବିରାଟଙ୍କ ବିରାଟ ରେକର୍ଡ
ଟିମ ଇଣ୍ଡିଆର ଦମଦାର ପ୍ରଦର୍ଶନ । ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ଚଳିତ ବିଶ୍ବକପରେ ଅପରାଜେୟ ରହିବା ସହ ଫାଇନାଲରେ ପ୍ରବେଶ କରିଛି ଭାରତ । ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇଲା ରୋହିତ ବାହିନୀ । ମହମ୍ମଦ ସାମିଙ୍କ ଘାତକ ବୋଲିଂ ଦଳକୁ ବିଜୟୀ କରିଛି । ସାମି ୭ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲକୁ ଗଲା ଟିମ ଇଣ୍ଡିଆ । କଡ଼ା ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇଛି ଟିମ୍ ଇଣ୍ଡିଆ । ଏହାସହିତ ୨୦୧୯ ସେମିଫାଇନାଲର ପ୍ରତିଶୋଧ ନେଇଛି ଭାରତ । ଟିମ୍ ଇଣ୍ଡିଆର ବିଶାଳ ୩୯୮ରନର ଟାର୍ଗେଟକୁ ପିଛା କରି ୩୨୭ ରନରେ ଅଲଆଉଟ ହୋଇଗଲା ନ୍ୟୁଜିଲାଣ୍ଡ । ଭାରତର ମହମ୍ମଦ ସାମି ସର୍ବାଧିକ ୭ଓ୍ବିକେଟ ନେଇଥିବାବେଳେ ବୁମରା, ସିରାଜ ଓ କୁଲଦୀପ ଗୋଟିଏ ଲେଖାଏ ଓ୍ବିକେଟ ନେଇଥିଲେ । ଟସ ଜିତି ପ୍ରଥମେ ବ୍ୟାଟିଂ କରି ଦମଦାର ଆରମ୍ଭ କରିଥିଲା ଭାରତ । କ୍ୟାପଟେନ ରୋହିତ ଶର୍ମା ଧୂଆଁଧାର ବ୍ୟାଚିଂ କରିଥିଲେ । ହେଲେ ୨୯ ବଲରେ ୪୭ କରି ରୋହିତ ଶର୍ମା ଆଉଟ ହୋଇଥିଲେ । ପରେ ଶୁବମାନ ଗିଲ ଓ ବିରାଟ କୋହଲି ପାଳି ସମ୍ଭାଳିଥିଲେ । ଶୁବମନ ୬୫ ବଲରେ ୭୯ ରନ କରି ରିଟାର୍ଡ ହର୍ଟ ହୋଇଥିଲେ । ଏହାପରେ ବିରାଟଙ୍କ ସାଥ ଦେବା ପାଇଁ ଶ୍ରେୟସ ଆୟର ଆସିଥିଲେ । ବିରାଟ ଐତିହାସିକ ଶତକୀୟ ପାରି ଖେଳିବା ସହ ବିଶ୍ବରେକର୍ଡ କରିଥଇଲେ । ଦିନିକିଆରେ ୫୦ ତମ ଶତକ ହାସଲ କରି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ କାଟିଦେଇଥିଲେ ବିରାଟ । ସଚିନ ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ମାତ୍ର ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି । ବିରାଟ ୧୧୩ ବଲରେ ୧୧୭ ରନ କରି ଆଉଟ ହୋଇଥିଲେ ।