ଘାଟିରୁ ତଳକୁ ଖସିଲା କାର୍

ଯୋଡ଼ିମାଦେଲି ଘାଟିରେ ସଡକ ଦୁର୍ଘଟଣା, ୩ ମୃତ

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଯୋଡ଼ିମାଦେଲି ଘାଟିରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଘାଟି ତଳକୁ କାର୍‌ ଖସିପଡ଼ିଛି । ଫଳରେରୁ କାରରେ ଥିବା ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କାର୍‌ଟି ଛତିଶଗଡ଼ରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ନେଇ ପୋଲିସ ସୂଚନା ଦେଇଛି । କାରରେ ଶାଶୂ, ଶ୍ବଶୁର, ଝିଅ ଓ ଜ୍ବାଇଁଥିଲେ । ସେମାନେ କୋରାପୁଟରୁ ରାୟପୁର ଯାଉଥିଲେ । କୌଣସି କାରଣରୁ କାରଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିବାରୁ ଦୁର୍ଘଟଣା ଘଟିଥିଲା ।