ପତ୍ନୀହନ୍ତା ପୂର୍ବତନ ବିଧାୟକଙ୍କୁ ଆଜୀବନ ଜେଲ୍

ପତ୍ନୀହନ୍ତା ପୂର୍ବତନ ବିଧାୟକଙ୍କୁ ଆଜୀବନ ଜେଲ । ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ବର ସ୍ବତନ୍ତ୍ର ଏଡିଜେ-୩ କୋର୍ଟ । ଆଜୀବନ କାରଦଣ୍ଡ ସହିତ 50ହଜାର ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଜୋରିମାନା ଅନାଦେୟ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଏହା ସହିତ ପ୍ରମାଣ ନଷ୍ଟ ପାଇଁ 10ହଜାର ଟଙ୍କା ଫାଇନ ଅନାଦେୟ 6 ମାସ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଚ । ୧୯୯୫ ମସିହା ଅଗଷ୍ଟ ୨୯ରେ ବିଧାୟକ କ୍ବାର୍ଟର୍ସରେ ପତ୍ନୀ ଶଶୀରେଖା ଗମାଙ୍ଗଙ୍କୁ ପୋଡ଼ି ମାରିଥିଲେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ । ଏହି ସମୟରେ ତାଙ୍କ ପତ୍ନୀ ଗର୍ଭବତୀ ମଧ୍ୟ ଥିଲେ । ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ ପୂର୍ବତନ ବିଧାୟକ ।